ପ୍ରଶାସନ ନ କରିବା ପରେ ; ଗ୍ରାମ୍ୟ ରାସ୍ତା ସଫା କଲେ ମହିଳା
ସାକ୍ଷୀାଗୋପାଳ ----ସତ୍ୟବାଦୀ ବ୍ଳକରେ ଏପରି ଗାଁ ରହିଛି ଯେଉଁଠିକି ବାତ୍ୟା ପରଠାରୁ ଅଳିଆ ଅବଜ୍ଜନା ଗଛ ପତ୍ର ପଡି ରାସ୍ତାରେ ଯିବା ଆସିବା କରିବା କଷ୍ଟକର ହୋଇପଡିଛି । ଏ ସମ୍ପର୍କରେ ବିଭିନ୍ନ ଅନୁଷ୍ଠାନ , ପଞ୍ଚାୟତ ଓ ବ୍ଳକ ପ୍ରଶାସନକୁ ଅନୁରୋଧ କରିବା ପରେ ମଧ୍ୟ କେହି ଏମାନଙ୍କ କଥା ଶୁଣିନଥିଲେ । କାରଣ ସେମାନେ ହୋଉଛନ୍ତି ଦଳିତ ପରିବାର । ସତ୍ୟବାଦୀ ବ୍ଳକର ରାୟଖଣ୍ଡି ଗ୍ରାମ ପଞ୍ଚାୟତର ବଡବସନ୍ତ ଓ ସୁଆଳୋ ଦଳିତ ବସ୍ତିର ନବନନ୍ଦନପୁର ଗ୍ରାମ୍ୟ ରାସ୍ତା ମହିଳା ମାନେ ସଫା କରିଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ମହିଳା ଓ ପୁରଷ ମାନେ ଅଂଶଗ୍ରହଣ କରିଥିଲେ । ବାତ୍ୟାରେ ଭାଙ୍ଗି ପଡିଥିବା ଗଛ ଗୁଡିକ ପ୍ରଶାସନ ବା ପଞ୍ଚାୟତ ନ ହଟାଇବାରୁ ସେହିଦିନ ଠାରୁ ରାସ୍ତା ଉପରେ ସେହିପରି ପଡି ରହିଥିଲା । ଆଜି ମହିଳା ମାନଙ୍କ ନେତୃତ୍ୱରେ ଗଛ ଗୁଡିକ କଟାଯାଇ ରାସ୍ତା ଉପରୁ ଓ ପୋଖରୀରୁ ସôଫା କରାଯାଇଥିଲା । ରାସ୍ତା ସଫା ସୁତରା କରିବା ସହ ତୁଳସୀ, ଟଗର, ମନ୍ଦାର ଆଦି ବିଭିନ୍ନ ଫୁଲ ଗଛ ଚାରା ରୋପଣ କରାଯାଇଥିଲା । ବିଶେଷ କରି ବାହାରେ ମଳତ୍ୟାଗ ନ କରିବା ପାଇଁ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଗୁଞ୍ଜ ନୂଆଦିଲ୍ଲୀ ଓ ପୁରୀ ଗ୍ରାମ୍ୟ ବିକାଶ ସହାୟକ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇଥିଲା । ବିଶାଖା ଭୋଇ, ରମା ସେଡୀ, ଦୁଖୀ ଭୋଇ, ସୁଷମା ଭୋଇ, ସବୈଶ୍ୱର ଭୋଇ, ବରଞ୍ଜୁ ଭୋଇ, ଘନ ଭୋଇ, କାଳିଆ ଭୋଇ, ଶିମିଳି ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ । ପୁରୀ ଗ୍ରାମ୍ୟ ବିକାଶ ସହାୟକର କର୍ମଚାରୀ ଧ୍ରୁବ ଚରଣ ଦଳାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି