ଦେବୀ ପୀଠ ଗୁଡିକରେ ନବପତ୍ରିକା ପୂଜା ଆରମ୍ଭ
ସାକ୍ଷୀଗୋପାଳ ----- ସତ୍ୟବାଦୀର ବିଭିନ୍ନ ଗ୍ରାମ ମାନଙ୍କରେ ପୂଜିତ ଦେବୀ ପୀଠ ଗୁଡିକରେ ନବଦିନାତ୍ମକ ବା ନବପତ୍ରିକା ପୂଜା ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଦେବୀ ପୀଠ ଗୁଡିକରେ ହୋମ, ଚଣ୍ଡୀପାଠ, ପୂଜା ଅର୍ଚ୍ଚନା ସହିତ ଅନ୍ନଭୋଗ କରାଯାଇଛି । ଗ୍ରାମେ ଗ୍ରାମେ ଠାକୁରାଣୀ ମାନେ ସୁସଜିତ୍ ବିମାନରେ ବିଜେ କରି ଦୁଆରୀ ଭୋଗ ପାଇଥାନ୍ତି । ଏପରିକି ଗ୍ରାମ ଗୁଡିକରେ ପାଳି ଅନୁସାରେ ଦୁଆରିଭୋଗ ହୋଇଥାଏ । ମାଙ୍କ ପୀଠରେ ଏଣ୍ଡୁରୀ, କାକେରା, ଖେଚାଡି, ଡାଲି, ମାଛ ବେସର, ଖଟା, କ୍ଷୀରି ଆଦି ଷୋଡଷ ଉପଚାରରେ ଭୋଗ କରାଯାଇଥାଏ । ବିଶେଷ କରି ନୁଆଗାଁ ଜୟଦୁର୍ଗା, ଶ୍ରୀରାମଚନ୍ଦ୍ରପୁର ହରଚଣ୍ଡୀ, ବିଶ୍ୱନାଥପୁର ର୍ଦୁଗାଦେବୀ, ବୀରରାମଚନ୍ଦ୍ରପୁର ମଣିନାଗଦୁର୍ଗା, ବୀରଗୋବନ୍ଦପୁର ଦୁର୍ଗାଦେବୀ, ଜୟପୁର ମହାମାୟା, ସୁଆଣ୍ଡୋ ଜାଗେଶରୀ, ରାୟଖଣ୍ଡୀ ଜୟଦୁର୍ଗା, ଅଳଗୁମ ଜାଗେଶ୍ୱରୀ ଆଦି ପୀଠ ଦେବୀ ଗୁଡିକରେ ପୂଜା ଆରମ୍ଭ ହୋଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି