Breaking News

ଅତାବିରା ଦୁର୍ଗା ମନ୍ଦିରରେ ଆଜି ନବରାତ୍ର ପୂଜା ଆରମ୍ଭ


ବରଗଡ଼----   ବରଗଡ଼ ଜିଲ୍ଲା ଅତାବିରା ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଆଜି ଠାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ଯାଇଛି।   ଏହି ଅବସରରେ ସ୍ବର୍ଗତ ପଣ୍ଡିତ ଦେବରାଜ ମହାପାତ୍ରଙ୍କ ପୂଜା ବିଧି କ୍ରମେ ଆଜି ମୁଖ୍ୟ ପୂଜକ ପଦ୍ମପାଣି ମହାପାତ୍ରଙ୍କ ତତ୍ୱାବଧାନରେ ଦୁର୍ଗା ମନ୍ଦିର ଠାରୁ ବିଭିନ୍ନ ପ୍ରକାର ଦୁଲଦୁଲି ବାଦ୍ୟ,ଘଣ୍ଟ,ଶଙ୍ଖ ସହ ଏକ  ଶୋଭଯାତ୍ରା ବାହାରିଥିଲା ।  ଅତାବିରା ନଗର ପରିକ୍ରମା କରିବା ସହ ଅଞ୍ଚଳରେ ଥିବା ଦେବାଦେବୀ ମନ୍ଦିରକୁ ଏହି ଶୋଭାଯାତ୍ରା ଯାଇଥିଲା । ସ୍ଥାନୀୟ ଦମଦମା ନାଳିଆ ତୁଠରେ ଦୁର୍ଗା କଳସ ପାଇଁ ବରୁଣଙ୍କୁ ଆବାହନ କରି  ଅଧିବାସ,ଖଣ୍ଡା ଧୁଆ, ଵୋଦାବଳି ବିଧି କ୍ରମେ ବାହାରି ଦୁର୍ଗା ମନ୍ଦିରର ପୂଜା ମଣ୍ଡପରେ କଳସସ୍ଥାପନ କରାଯାଇଥିଲା ।  ପରେ ବାହ୍ମୁଣଙ୍କ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ଆରମ୍ଭ ହୋଇଛି।ଏହି ଅବସରରେ ପୂଜାରେ ଭରତ ଚନ୍ଦ୍ର ଦାଶ ଓ ତାଙ୍କ ଧର୍ମପତ୍ନୀ ରୁକ୍ମିଣୀ ଦାଶ କର୍ତ୍ତା ଭାବେ ଦାଇତ୍ୱ ତୁଲାଉଛନ୍ତି ।  ଆଚାର୍ଯ୍ୟ ବିଶ୍ୱଜିତ ମହାପାତ୍ର,ଚଣ୍ଡୀ ପାଠକ ଉମେଶ ଚନ୍ଦ୍ର ମିଶ୍ର,ସହକାରୀ ପଣ୍ଡିତ ସଂଜୀବ ପାଣିଗ୍ରାହୀ, ରମଣୀ ରଞ୍ଜନ ପଣ୍ଡା ଓ ତାଙ୍କ ସାଥି ମାନେ ପୂଜକ ଭାବେ ପୂଜାକାର୍ଯ୍ୟ ତୁଲାଉଛନ୍ତି। ପ୍ରଥମ ଦିବସରେ ମାଁ ଶୈଳପୁତ୍ରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ।ସେହିପରି ସକାଳ ୧୦ଟା ୪ମିନିଟରେ ଅଖଣ୍ଡଦ୍ବୀପ ପ୍ରଜ୍ବଳନ କରାଯାଇଛି।ଏହି ଅବସରରେ ଅତାବିରା ଉତ୍ସବ ମୁଖର ହୋଇ ଉଠିଛି। ନବପତ୍ରିକା ପୂଜା ଦେଖିବା ପାଇଁ ମନ୍ଦିରରେ ଗହଳି ଲାଗିରହିଥିବା । ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts