 |
Atabira News |
ବରଗଡ଼------ ବରଗଡ଼ ଜିଲ୍ଲା ଅତାବିରା ନୋଡାଲ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୧୪ତମ ବାବେବିରା ଜୟନ୍ତୀ ଯୁବକ ସଂଘ ପକ୍ଷରୁ ବ୍ରମହଗୁପ୍ତ ଗଣିତ ପରୀକ୍ଷାର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ପରୀକ୍ଷା ଗତ ଏପ୍ରିଲ ମାସରେ ଜିଲ୍ଲାର ୧୨ଟି ବ୍ଲକରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ୧୮୩୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯାହାକି ଚତୁର୍ଥ ରୁ ଷଷ୍ଠ ଶ୍ରେଣୀ ମଧ୍ୟରେ ଏହି ପରୀକ୍ଷା ହେଇଥିଲା । ପ୍ରଥମ,ଦ୍ଵତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୭୨ଜଣ ଓ ନବୋଦୟ ସ୍କୁଲର ୩ଜଣ ଉତ୍ତୀର୍ଣ୍ଣ ହେଇଛନ୍ତି। ୬୦ ଜଣ ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀ,ଅଭିଭାବକ ଅଭିଭାବିକା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର ହୋଇଥିଲା। ଏହି ଆଲୋଚନା ଚକ୍ରରେ ଏବେକାର ଛାତ୍ରଛାତ୍ରୀ କିପରି ଭାବେ ସରଳ ଓ ସହଜରେ ଗଣିତ କରିପାରିବେ ସେ ଦିଗରେ ଏକ ପାଠ୍ୟକ୍ରମ କରାଯାଇଥିଲା। ବାବେବିରା ଜିପ ସି ମେମୋରିଏଲ ତରଫରୁ ଟ୍ରଫି ଓ ମାନପତ୍ର ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ପ୍ରଦାନ କରାଯାଇଥିଲା। ସଂଘର ସଭାପତି ଡ଼. ଅଜିତ କୁମାର ବାରିକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଲରମ୍ଭା ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭରତ ସରାଫ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଉତ୍ତୀର୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ। ଏହି ଉତ୍ସବ ରେ ମୁହୁରିଆ ପଧାନ,ପ୍ରଦୀପ ସାହୁ,ଅନୀଲ ପଧାନ,ଅବସର ଶିକ୍ଷକ ସୁଦର୍ଶନ ସାହୁ,ହୃଷିକେଶ ବେହେରା,ଶିକ୍ଷକ ସତ୍ୟନାରାୟଣ ବାରିକ,ରାଜକିଶୋର ପଧାନ ଓ ନିମାଇଁ ପଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ