Breaking News

ରାସ୍ତା ଉପରେ ଅନାବନା ଗଛ


 A Malik
Konark News
କୋଣାର୍କ----- କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ଅନ୍ତର୍ଗତ ୧୦ନମ୍ବର ୱାର୍ଡ଼ର କଲେଜ ଛକଠାରୁ ମା’ ଭଗବତୀଙ୍କ ପୀଠ ପର୍ଯ୍ୟନ୍ତ ୭ଶହ ୫୦ମିଟର ଅଣ ଓସାରିଆ ରାସ୍ତାର ଉଭୟ ପାଶ୍ୱର୍ରେ ଅନାବନା ଗଛ ରାସ୍ତା ଉପରକୁ ମାଡି ଆସିବା ଯୋଗୁ  ଯାତାୟତରେ ସମସ୍ୟା ସୃଷ୍ଠି କରୁଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ସେହି ରାସ୍ତାରେ ଷ୍ଟ୍ରିଟ ଲାଇଟ ଜଳୁନାହିଁ । ଏ ସମ୍ପର୍କରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର  କତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ  ।  କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଦର୍ଶନ ପାଇଁ ପ୍ରତେହ ହଜାର ହଜାର ଶ୍ରଦ୍ଧାଳୁ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ଏତଦବ୍ୟତିତ ଭଗବତୀ ବିହାର, କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟ, ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ସ୍କୁଲର  ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତାର ପାଶ୍ୱର୍ସ୍ଥ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗତ ସାମୁଦ୍ରିକଝଡ ଫନି ପରଠାରୁ ଆଉ ଜଳୁ ନାହିଁ । ଏ ସମ୍ପର୍କରେ  ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଏମ. ଶ୍ରୀନିବାସଙ୍କୁ ପଚାରିବାରୁ ସେ କହିଲେ ଫନି ବାତ୍ୟା ପୂର୍ବରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆଲୋକିକରଣ ଦାଇତ୍ୱ ଏକ ଘରୋଇ ସଂସ୍ଥାକୁ ଅର୍ପଣ କରାଯାଇଛି । ମେଣ୍ଟେନାନ୍ସ ଦାଇତ୍ୱ ସେ ସଂସ୍ଥାର ଆମେ କିଛି କରିବାର ନାହିଁ, ଆମେ ଉକ୍ତ ସଂସ୍ଥାକୁ ଅବଗତ କରାଇ ଦେଇଛୁ । ଇତି ମଧ୍ୟରେ ଫନି ବାତ୍ୟାକୁ ୫ ମାସ ବିତିବାକୁ ବସିଲାଣି ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ରାସ୍ତ୍ାକୁ ଛାଡିଦେଲେ ୧୩ଟି ୱାର୍ଡର ଗଳିକନ୍ଦିକୁ ଯାଇଥିବା ରାସ୍ତା ଏବେ ବି ଅନ୍ଧାରରେ ରହିଥିବାବେଳେ ଅନାବନା ଘଛରେ ଭରପୁର ହୋଇ ରହିଛି । ମା’ ଭଗବତୀଙ୍କ ପୀଠକୁ ଯାଇଥିବା ଷ୍ଟ୍ରିଟ ଲାଇଟର ଆଲୋକିକରଣ ଓ ରାସ୍ତାର ଉଭୟ ପାଶ୍ୱର୍ରେ ଉଠିଥିବା ଅନାବନା ଗଛକୁ ସଫା କରିବା ପାଇଁ ଲୋକେ ଅଭିଯୋଗ କରିଛନ୍ତି  ।
 କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts