ଗାନ୍ଧୀବାଦୀ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କ ବେରବୋଇରେ ସ୍ମୃତି ସଭା
ଡେଲାଙ୍ଗ--ଡେଲାଙ୍ଗ ବେରବୋଇ କସ୍ତୁରବା ଗ୍ରାମସେବା କେନ୍ଦ୍ର ପରିସରରେ କୁନ୍ତଳା କୁମାରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗାନ୍ଧୀବାଦୀ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ନିରବ ପ୍ରାର୍ଥନା, ସବଧର୍ମ ପ୍ରାର୍ଥନା ପରେ ପରେ ରାମଧୁନି ଗାନ କରାଯାଇଥିଲା । ଅନୁଷ୍ଠିତ ସ୍ମୃତି ସଭାରେ ସୁମିତ୍ରା ଦେବୀଙ୍କ ଜୀବନି ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ପରିବାର ଅବଦାନ, କସ୍ତୁରବା ଗାନ୍ଧୀ ରାଷ୍ଟୀୟ ସ୍ମାରକ ଟ୍ରଷ୍ଟର ପ୍ରତିନିଧିତ କରିବା , ସର୍ବୋଦୟ ପତ୍ରିକାର ସୁପରିଚାଳନା ଓ ରାଜ୍ୟରେ ଜରୁରୀ କାଳୀନ ପରିସ୍ଥିତି ସମୟରେ ତାଙ୍କର ଭୂମିକା ସମ୍ପର୍କରେ ଆଲେଚନା କରାଯାଇଥିଲା । ସୁମିତ୍ରା ଚୌଧୁରୀଙ୍କ ବିୟୋଗ ଓଡିଶା ରେ ଏକ ଖାଲିସ୍ଥାନ ସୃଷ୍ଟି ହେଲା ବୋଲି ବକ୍ତା ମାନେ କହିଥିଲେ । ସ୍ମୃତିସଭାରେ ବଲ୍ଲଭ ବିଶ୍ୱାଳ, ବ୍ରହ୍ମାନନ୍ଦ ମହାନ୍ତି, ପର୍ଶୁରାମ ବିଶ୍ୱାଳ, ସୁରେନ୍ଦ୍ର ସ୍ୱାଇଁ, ରାଜ କିଶୋର ଆଳୁକ, କିଷାନ ପଟ୍ଟନାୟକ, ନିରୁପମା ପାତ୍ର, ସବିତା ପଟ୍ଟନାୟକ, ସୁମିତା ବେହେରା, ଜୋସ୍ନାରାଣୀ ବେହେରା, ଚନ୍ଦ୍ରଶେଖର ବିଶ୍ୱାଳ, ଜୟନ୍ତୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ । କସ୍ତୁରବା ଗ୍ରାମସେବା କେନ୍ଦର ପରିଚାଳିକା କବିତାରାଶୀ ପରିଡା ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି