Breaking News

>>
  • ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
  • >>
  • ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରି, ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ , ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ
  • >>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • >>
  • ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
  • >>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ଭକ୍ତମାନଙ୍କୁ ସର୍ବନିମ୍ନ ସୁବିଧା ପ୍ରଦାନ ସଂକ୍ରାନ୍ତୀୟ ବୈଠକ ଅନୁଷ୍ଠିତ।

    ପୁରୀ------- ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନଙ୍କୁ ଅଧିକ ସୁବିଧା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି। ଶୈଚାଳୟ, ପାନୀୟ ଜଳ ଓ ଅଧିକ ସଂଖ୍ୟକ ଜୋତା ଏବଂ ମୋବାଇଲ ଷ୍ଟାଣ୍ଡର ବ୍ୟବସ୍ଥା କରାଯିବ। ଖରାଦାଉରୁ ରକ୍ଷା ପାଇବା ପାଇଁ ପାଦ ଚଲା ପଥରେ ଜୋତା ଷ୍ଟାଣ୍ଡ ଠାରୁ କାରପେଟ୍ ଵିଛାଯିଵ। ଏ ସଂକ୍ରାନ୍ତରେ ଏକ ବୈଠକ ଜିଲ୍ଲାପାଳ ଶ୍ରୀ ଵଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସର୍ବନିମ୍ମ ସୁବିଧା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁଲଭ ପକ୍ଷରୁ ଶୈଚାଳୟ ନିର୍ମାଣ କରାଯିବ। ପରିକ୍ରମା ମାର୍ଗରୁ ଅବରୋଧ ହଟାଯିଵ । ନିର୍ଦିଷ୍ଟ ଗାଡ଼ି ବ୍ୟତୀତ ଅନ୍ୟ ଦୁଇ ଚକିଆ ଗାଡ଼ି ଗୁଡ଼ିକୁ ବ୍ୟାରିକେଡ଼ିଂ ମଧ୍ୟକୁ ଛଡାଯିବ ନାହିଁ। ମନ୍ଦିର ଚତୁଃପାଶ୍ୱର୍ରେ  ଘୋଷଣା ପାଇଁ ଡ଼ାକବାଜି ଯନ୍ତ୍ରର ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସକାଳ ୬ ଠାରୁ ୭ ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୫ ଘଟିକା ଠାରୁ ୭ ଘଟିକା ପର୍ଯ୍ୟନ୍ତ ଜଗନ୍ନାଥ ଭଜନ ପୁରାଣ ପରିବେଷଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ରାଇ ଦାମୋଦର ବ୍ରତ କୁ ଦୃଷ୍ଟିରେ ରଖି ଭକ୍ତ ମାନେ ସୁବିଧା ପାଇଁ ପ୍ରାୟ ୭୦୦ ଵୁଲା ଗାଈଗୋରୁ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଆସନ୍ତା ମାସରେ ଅଢେ଼ଇ ସହ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରାଯିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଡ଼ଃ ଉମାଶଙ୍କର ଦାସ,ଉପ ଜିଲ୍ଲାପାଳ ଭଵତାରଣ ସାହୁ ପୁରୀ ପୈରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାସ ଆଦି ପ୍ରମୁଖ ଉପସ୍ଥିତ ଥିଲେ। 


    J Sethi
    puri news
    ପୁରୀରୁ ଜୟନ୍ତ କୁମାର ସେଠୀ

    Blog Archive

    Popular Posts