Breaking News

ବଳିଗୁଡା ପୋଲିସ ତରଫରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ


M Panda
Kandamala
  କନ୍ଧମାଳ---- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ  ବାଲିଗୁଡା ପୋଲିସ ତରଫରୁ ଆମ ପୋଲିସ ସମିତି ଓ ଟ୍ରାଫିକ ନିୟମ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏହି ବୈଠକ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ହୋଇଥିଲା  । ଏଥିରେ ବଳିଗୁଡା ଏନ ଏ ସିର ଅଧ୍ୟାକ୍ଷା ଶ୍ରୀମତୀ ମମତା ବେହେରା ଏବଂ ଉପାଧ୍ୟକ୍ଷ  ଲୋକନାଥ ପଢି ଉପସ୍ଥିତଥିଲେ । ବାଲିଗୁଡା ର ସାମ୍ବାଦିକ ଓ ବରିଷ୍ଟ ନାଗରିକ ଏବଂ ଜନ ସାଧାରଣ ଏହି ବୈଠକରେ ଯୋଗ ଦେଇ ବିଭିନ୍ନ ସମ୍ପର୍କରେ ଆଲୋଚନା କରିଥିଲେ ।
 ବୈଠକ ରେ ଥାନା ଆଇଆଇସି ଶ୍ରୀ ବେହେରା ସରକାର ଙ୍କ ନୂଆ ନିୟମ ଜନସାଧାରଣ ଓ ପୋଲିସ ସୁ ସମ୍ପର୍କ ରହିବ ସେହି ବିଷୟରେ ଅବଗତ କରିଥିଲେ 
।  ଯୁବ ପିଢ଼ି ଙ୍କୁ ଟ୍ରାଫିକ ନିୟମ  ସମ୍ପର୍କରେ ଅବଗତ କରାଇବା ସହ ଦ୍ରୁତ ଗତିରେ ଗାଡି ନ ଚଳାଇବା,  ମଦ୍ୟ ପାନ କରି ଗାଡି ନ ଚଳାଇବା ବିନା ହେଲମେଟରେ ଗାଡି ନ ଚଲେଇବା ଏବଂ ଗାଡି ର ଆବଶ୍ୟକ କାଗଜ ପତ୍ର ସବୁ ଠିକ  କରି ଗାଡି ଚଳାଇବା ଏବେ ଜରୁରୀ ହୋଇପଡିଛି ।  ଦିନ କୁ ଦିନ ଏଟିଏମ ଲୁଟେରା ମାତି ଚାଲିଛନ୍ତି । ସେମାନଙ୍କ ବିଷୟରେ ଜାଣିଲେ ସଙ୍ଗେ ସଙ୍ଗେ  ପୋଲିସ  କୁ ଜଣେଇବା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗକୁ ମା ଙ୍କ ଦୁର୍ଗା ପୂଜା ଥିବାରୁ କିପରି ଶାନ୍ତି ଶୃଙ୍ଖଳା ଭାବରେ ଶେଷ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।         କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts