ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଶାସଙ୍ଗ ହାଇସ୍କୁଲ ପରିଦର୍ଶନ
ହାଟଡ଼ିହି---- କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଆଜି ଅପରାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଶାସଙ୍ଗ ହାଇସ୍କୁଲରେ ପହଞ୍ଚି ବିଦ୍ୟାଳୟର ଛାତ୍ର ଉପସ୍ଥାନ, ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ବୁଝିବା ସହ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିଥିଲେ । ବିଦ୍ୟାଳୟର ପରିବେଶ ପରିଛନ୍ନତା ଓ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳତାକୁ ଦେଖି ଖୁସିବ୍ୟକ୍ତ କରିଥିଲେ । ଆଉଟିକେ ପରିଶ୍ରମ କରିବା ପାଇଁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କହିଥିଲେ ।
ହାଟଡିହିରୁ ବିକାଶ ବିଶ୍ବାଳଙ୍କ ରିପୋର୍ଟ
ହାଟଡିହିରୁ ବିକାଶ ବିଶ୍ବାଳଙ୍କ ରିପୋର୍ଟ