 |
pipili news |
ପିପିଲି-ପିପିଲି ଆତ୍ମା କାର୍ଯ୍ୟାଳାୟ ପରିସରରେ ବ୍ଲକ ସ୍ତରୀୟ କୃଷକ ସୂଚନା ପରାମର୍ଶ କେନ୍ଦ୍ରର ସଭ୍ୟସଭ୍ୟା ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆତ୍ମା ଅଧକ୍ଷ ଧରଣୀଧର ସାହୁ ଅଧକ୍ଷତା କରି ବାତ୍ୟା ଫାନି ପରଠାରୁ ଚାଷଜମିର ପାଣି ନିଷ୍କାସନ ପାଇଁ ଥିବା ଡ୍ରେନଜ ଓ ସଫେଇ ମାନଙ୍କରେ ଗଛପତ୍ର ପଡି ରହିଥିବାରୁ ଲଗାଣ ବର୍ଷାରେ ଧାନଜମି ଗୁଡିକ ସମ୍ପୁର୍ଣ୍ଣ ପାଣିରେ ବୁଡି ନଷ୍ଟ ହୋଉଛି । ଚାଷୀମାନଙ୍କର ଧାନଚାଷର କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୁରଣ ମିଳିବା ପାଇଁ ଜିଲ୍ଲାପାଳ ଓ ବିଧାୟକଙ୍କ ଦୃଷ୍ଟି ଆର୍କଷଣ କରାଯିବା ପାଇଁ ସର୍ବସମ୍ମତି କ୍ରମେ ଏହି ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ବାତ୍ୟାରେ ଭାଙ୍ଗି ଯାଇଥିବା ନଡିଆଗଛ ପାଇଁ ନଡିଆ ଚାରା ଓ ଫଳଚାରା ଯୋଗାଇଦେବା କୁ ଜିଲ୍ଲା ବିଭାଗୀୟ ଅଧିକାରୀକୁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଛି । ମଣ୍ଡଳ ବୈଷୟୀକ ପରିଚାଳକ ଅଧିକାରୀ ଉମାକାନ୍ତ ଦଳେଇ ନିଯୁକ୍ତି ପାଇଥିବା ପଞ୍ଚାୟତ ମାନଙ୍କରେ କୃଷକ ସାଥୀଙ୍କ ନାମ ଘୋଷଣା କରିଥିଲେ । ଏହି ବୈଠକରେ ସାଂସଦ ପ୍ରତିନିଧୀ ପ୍ରଫୁଲ୍ଲ କୁମାର ସ୍ୱାଇଁ , ବ୍ଲକ ଉପାଧକ୍ଷ ଯୁଧୀଷ୍ଠିର ସ୍ୱାଇଁ , ବ୍ଲକ ଉଦ୍ୟାନ ବିଭାଗର ଅଧିକାରୀ ସୁବତ୍ର ମହାନ୍ତି , ମଣ୍ଡଳ ପ୍ରାଣିଚିକିତ୍ସା ଅଧିକାରୀ ସୁରେଶ ଚନ୍ଦ୍ର ବେହେରା , କୃର୍ଷି ଅଧିଦର୍ଶକ ସହଦେବ ସାହୁ , ମଣ୍ଡଳ ବୈଷୟିକ ପରିଚାଳକ ଉମାକାନ୍ତ ଦଳେଇ , ନୂତନ ସହକାରୀ ମଣ୍ଡଳ ଅଧିକାରୀ ଆଶୁତୋଷ ଶତପଥୀ , ଆଙ୍କାକ୍ଷା ସାମନ୍ତରାୟ , ପିତାମ୍ବର ବାରିକ ଙ୍କ ସହିତ ଆତ୍ମା କମିଟିର ସମସ୍ତ ସଦସ୍ୟ ଏବଂ ସମସ୍ତ କୃଷକ ସାଥୀ ଓ ଗ୍ରାମ୍ୟ କୃଷିକର୍ମଚାରି ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର