Breaking News

ବିଜେପି ତରଫରୁ ଦାବି ପତ୍ର ପ୍ରଦାନ

   ନିମାପଡ଼ା--    ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ‘ବିଜୁ ପକ୍କା ଘର ଯୋଜନା’ନା ଦେଉଥିବା କହି ରାଜ୍ୟ ବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦୀ ସରକାର ଦେଶରେ ବିିଭିନ୍ନ ପ୍ରକାର ଜନହିତ ଯୋଜନା ଲାଗୁ କରୁଥିବା ବେଳେ ଏଠାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଯୋଜନା ଗୁଡିକୁ ହଡପ କରି ନାଁ ବଦଳାଇ ନେବାକୁ ବସିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁ ଥିବାରୁ ଏହା ବିରୁଦ୍ଧରେ ରାଜ୍ୟ ବିଜେପି ପକ୍ଷରୁ ଆଜି  ସାରା ରାଜ୍ୟରେ ଥିବା ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ନିମାପଡ଼ା ବ୍ଲକ ଓ ଗୋପ ବ୍ଲକରେ   ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ  ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବିଜେପି ପାଟିଅଫିସ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବ୍ଲକ ବିଡ଼ିଓ ଙ୍କୁ ଦାବି ପତ୍ର ଦେଇଥିଲେ । 
ଚଳିତ ସାଧାରଣ ନିର୍ବାଚନ ପରେ ଆଜି ବିଜେପିର ଏହା ଏକ ରାଜ୍ୟ ବ୍ୟାପି ଆନ୍ଦୋଳନ ଆଗକୁ ପୈର ନିର୍ବାଚନ ଆସୁଥିବାରୁ ଲୋକଙ୍କ ନିକଟତର ହେବାକୁ ବିଜେପିର ପ୍ରୟାସ ବୋଲି ଲୋକମାନେ କହନ୍ତି । 

J sehti
nimapada News
ନିମାପଡ଼ା ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts