|
Baragada News |
ବରଗଡ --- ବରଗଡ ଜିଲ୍ଲା ଅତାବିରା ଉନ୍ନୀତ ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଖୋ- ଖୋ ପ୍ର୍ତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ରୀଡା ଏସୋସିଏସନ ଓ ଅତାବିରା କ୍ରୀଡା ଏସୋସିଏସନର ମିଳିତ ଆନୁକୂଲ୍ୟରେ ଅଷ୍ଟମ ବାର୍ଷିକ ଜିଲ୍ଲା ସ୍ତରୀୟ ଖୋ- ଖୋ ପ୍ରତିଯୋଗିତା ହୋଇଯାଇଛି । ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଶିକ୍ଷା ଜିଲ୍ଲା ଅଧିକାରୀ ପ୍ରକାଶ ଯୋଶୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ୟୁନିଭରସିଟ ପ୍ରଫେସର ବିଶ୍ୱଜିତ ପ୍ରଧାନ, ଏସ୍. ପି. ଏସର ପ୍ରିନିସିପାଲ ଶ୍ରୀନିବାସ ରାଓ, ବ୍ଳକ ଶିକ୍ଷା ଅଧିକାରୀ ରାଜାରାମ ମେହେର. ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଉପସ୍ଥିତ ରହି ଶିକ୍ଷା ସହିତ କ୍ରୀଡା ଗୋଟିଏ ମୁଦ୍ରାର ଉଭୟ ପାଶ୍ୱ ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଲା ଶାରିରିକ ଶିକ୍ଷା ଅଧିକାରୀ ତୈଲୋକ୍ୟ ନାଏକ ବିବରଣୀ ପାଠ କରିଥିଲେ । ଏହି ପ୍ରତିଯୋଗିତାରେ ୧୨ ବ୍ଳକରୁ ୨୪୦ ଜଣ ଛାତ୍ର ଓ ୧୬୪ ଜଣ ଛାତ୍ରୀ ଭାଗ ନେଇଥିଲେ । ପ୍ରତିଯୋଗିତା ମଙ୍ଗଳବାର ଆରମ୍ଭ ହୋଇ ଗୁରୁବାର ଦିନ ଶେଷ ହେବ ବୋଲି ଜଣାପଡିଛି । କ୍ରୀଡା ଶିକ୍ଷକ ଆଦିକନ୍ଦ ସ୍ୱାଇଁ ଓ ଗଶେଷ ବାରିକ ଙ୍କ ନେତୃତ୍ୱରେ ଏକ ଆକର୍ଷଣୀୟ ମାର୍ଚ୍ଚପାଷ୍ଟ କରାଯାଇଥିଲା । ସେହିପରି ଅରବିନ୍ଦ ସ୍କୁଲର ଛାତ୍ର ମାନଙ୍କ ଦ୍ୱାରା ଓଡଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଲବ ସାହୁ ଧନ୍ୟବାଦ ଦେଇଥିଲେ । ପ୍ରଥମ ମ୍ୟାଚ ଗାଇ ସିଲେଟ ଓ ଅତାବିରା ଦଳଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖେଳ ପରିଚାଳନା କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ବରଗଡରୁ ନିବୀନ ଦାଶଙ୍କ ରିର୍ପୋଟ