 |
hatadhi News |
ହାଟଡ଼ିହି --- ହାଟଡିହି ବ୍ଲକର ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ଗତ ୨୪ତାରିଖ ଦିନ ର୍ଦୁବ୍ୟବହାର କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାନଯିବା ପ୍ରତିବାଦରେ କର୍ମଚାରୀମାନେ ପୁଣି କଲମଛାଡ ଆନ୍ଦୋଳନ କରିଛନ୍ତି । ଗତ ୨୪ତାରିଖ ଦିନ ମରୈଗାଁର ସୁଧାଶୁଂ ମଲ୍ଲିକ ନାମକ ଜଣେ ଯୁବକ ଅପରାହ୍ନ ୩ଟାବେଳେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ସେହିଦିନ ସନ୍ଧ୍ୟାରେ ବିଡିଓ ସୁଶାନ୍ତ ବାରିକ ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଥାନା କେସନଂ ୯୨/୨୦୧୯ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଗତକାଲି ଅନ୍ୟତମ ଅଭିଯୁକ୍ତ ଅମରେଶ ଜେନାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରି ବାହାବା ନେବାକୁ ବସିଛି । ମାତ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରି ବ୍ଳକର ଶତାଧିକ କର୍ମଚାରୀ ପୟ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଥିଲେ । ଖବରପାଇ ନନ୍ଦିପଦା ଥାନା ଆଇଆଇସି ମାନସ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବାପାଇଁ ଚଢ଼ାଉ ଜାରି ରହିଥିବା କହିବା ସହିତ କିଛିଦିନ ସମୟ ମାଗିଥିଲେ । ଫଳରେ କର୍ମଚାରୀମାନେ ଆନ୍ଦୋଳନରୁ ଓହରି ଯିବାସହିତ ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।
ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
odisha news
hatadihi news