ମହାପ୍ରଭୁ ଲିଙ୍ଗରାଜ ଆଜି ବି ଉପବାସ ରହିଛନ୍ତି
ଭୁବନେଶ୍ବର ---- ଆଜିବି ଉପବାସରେ ରହିବାକୁ ପଡିଛି ମହାପ୍ରଭୁ ଲିଙ୍ଗରାଜଙ୍କୁ । କ୍ରମାଗତ ଦ୍ବିତୀୟ ଦିନ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲି ସକାଳ ୭ଟାରୁ ଏଯାଏଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ ମାନେ ।
ମହାପ୍ରଭୁଙ୍କ ଜମିରୁ ଜବରଦଖଲ କାରୀଙ୍କୁ ଉଚ୍ଛେଦ ଦାବିରେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଅଡ଼ି ବସିଛନ୍ତି । ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗରୁ ମନ୍ଦିରରେ ନୀତିକାନ୍ତି ହୋଇପାରିନି । ଯାହାକି ଷଷ୍ଠୀ ପର୍ବରେ ଉପାସ ରହିଛନ୍ତି । ବିଭିନ୍ନ ମନ୍ଦିର ଜମି ଜବରଦଖଲ ଉଚ୍ଛେଦ କରାଯାଉଥିବା ବେଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଜବର ଦଖଲ କାହିଁକି ହେବ ନାହିଁ ବୋଲି ସେମାନେ କହିଛନ୍ତି ।
ଧୀରେନ୍ଦ୍ର ସେନାପତି