 |
Baragada News |
ବରଗଡ--- ବରଗଡ ଜିଲ୍ଲା ଏକ କୃଷି ବହୁଳ ଅଞ୍ଚଳ । ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ତାହା କେବଳ କାଗଜ ପତ୍ରରେ ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରୁଛନ୍ତି ଯେ ୨୦୨୦ ସୁଦ୍ଧା ରାଜ୍ୟରେ ସମସ୍ତଙ୍କ ଘରେ ବିଜୁଳି ଆଲୁଅ ଜଳିବ ଓ କଚାଘର ରହିବ ନାହିଁ । ମାତ୍ର ଏହା କେବଳ ସରକାରଙ୍କ ଘୋଷଣା ଘୋଷଣାରେ ରହିଯାଇଛି ବୋଲି ଲୋକମାନେ କହନ୍ତି । ଏବେ ବି ଆମ ରାଜ୍ୟରେ ଲୋକମାନେ ଅଛନ୍ତି ସେମାନେ ହାତଗୁଞ୍ଜା ଦେଇ ପାରୁନାହାନ୍ତି କି ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି । ସୁଚନାଯୋଗ୍ୟ ଯେ ବରଗଡ ଜି୍ଲ୍ଲାର ତୋରା ପଞ୍ଚାୟତ ଅନ୍ତର୍ଗତ ବାନ୍ଦେନଟିକ୍ରା ଗ୍ରାମର ମୋତିଲାଲ ହାତୀ ପରିବାର ସହ ରହନ୍ତି । ତାଙ୍କ ପରିବାର କହିଲେ ସ୍ତ୍ରୀ , ଝିଅ ଓ ବୁଢ଼ୀମା । ସଦର ମହକୁମା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏହି ପରିବାର ବସବାସ କରନ୍ତି । ଏହି ପରିବାର ରାଜ୍ୟ ସରକାରଙ୍କ ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଏହି ପରିବାର ପାଖରେ ନାହିଁ ଆବାସ ଯୋଜନା, ନାଁ ବିଜୁଳି, ନାଁ ପାନୀୟ ଜଳ, ନାଁ ଭର୍ତ୍ତା ସବୁଥିରୁ ବଞ୍ଚିତ ମୋତିଲାଲ । ଅନ୍ୟ ପକ୍ଷେ ମୋତିଲାଲ ଏକ ଦୁର୍ଘଟଣାରେ ମେରୁଦଣ୍ଡ ହାଡ ଭାଙ୍ଗିଗଲା । ଅର୍ଥ ଅଭାବରୁ ମେଡିକାଲ ଚିକିତ୍ସା ହୋଇପାରିଲା ନାହିଁ । ତା ପରେ ପରେ ଦୁଇ ଗୋଡ ଏବେ ପକ୍ଷାଘାତ ରୋଗରେ ପୀଡିତ । ଖଟ ଉପରେ ଦୁଇବର୍ଷ ହୋଇଗଲା ପଡି ରହିଛି ମୋତିଲାଲ । ଏକମାତ୍ର ରୋଜଗାର କ୍ଷମ ହୋଉଛି ମୋତିଲାଲାର ସ୍ତ୍ରୀ । ଘରେ ପାଠପଢ଼ୁଥିବା ଝିଅ । ରାତି ହେଲେ ପାଠ ପଢ଼ିବାରେ ବାଧକ ସାଜିଛି ବିଦ୍ୟୁତ । ଲଣ୍ଠନ ପାଇଁ ତେଲ କିଣିବାକୁ ପଡେ । ତାହା ପୁଣି ଚଡାଦରରେ । ଖଣ୍ଡେ ଆଦାସ ଯୋଜନା ଓ ଭର୍ତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଦୁଇବର୍ଷ ହେଲାଣି ଦୌଡି ଦୌଡି ଶେଷରେ ନିରାଶ ହୋଇ ପଡିଛନ୍ତି । ଏ ସମ୍ପର୍କରେ ହାତୀ ପରିବାର ଅନେକ ଥର ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ମୋତିଲାଲ କହନ୍ତି । ଶେଷରେ ନିଜ ଭାଗ୍ୟକୁ ଆଦେରି ଦଉଡିଆ ଖଟ ଉପରେ ପଡି ରହିଛନ୍ତି ମୋତିଲାଲ । ଦେଖାଯାଉ ଜିଲ୍ଲା ପ୍ରଶାସନ ଏପରି ଜଣେ ଅସହାୟ ଗରିବ ମୋତିଲାଲ ଉପରେ କେବେ ନଜର ପଡିବ ତାହା ଦେଖିବାକୁ ବାକି ରହିଲା ।
ବରଗଡରୁ ସନାତନ ବାରିକଙ୍କ ସହ ନବୀନ ଦାଶଙ୍କ ରିପୋର୍ଟ