Breaking News

ମହତ୍ମା ଗାନ୍ଧୀଙ୍କ ଜନ୍ମ ଶତ ବାର୍ଷିକ ଉପଲକ୍ଷେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା


ଡେଲାଙ୍ଗ  ------ ମହତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଡେଲାଙ୍ଗ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ରାଧାକାନ୍ତ ବିଦ୍ୟାପୀଠ ପରିସରରେ ଏକ ପ୍ରତିଯେଗାିତା ଅନୁଷ୍ଠିତ ହୋଇଯାଇଛି । ୧୬ଟି କ୍କଷ୍ଟରରୁ ୩ଶହରୁ ଅଧିକ ଛାତ୍ରଛାତ୍ରୀ ମାନେ ଚିତ୍ରାଙ୍କନ, ବକ୍ତୁତା ଓ କୁଇଜ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ  । ମଣ୍ଡଳ ଶିକ୍ଷା ଅଧିକାରୀ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିବା ବେଳେ ଉଦ୍ ଯାପନ ଉତ୍ସବରେ ଗୁଅଳିପଡା ପଞ୍ଚାୟତର ସରପଞ୍ଚ କାଳନ୍ଦୀ ଚରଣ ଜେନା ସଭାପତିତ୍ୱ କରିଥିଲେ  । ମୁଖ୍ୟ ଅତିଥିଭାବେ ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ ଯୋଗଦେଇ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଚଳିଲେ ତମେ ତମର ଲକ୍ଷ୍ୟ ପଥରେ ପହଞ୍ଚି ପାରିବ ବୋଲି କହିଥିଲେ  । ସମ୍ମାନୀତ ଅତିଥି ଭାବେ ରାଧାକାନ୍ତ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ, ଏବିଇଓ ରବି ନାରାୟଣ ମହାପାତ୍ର, ଶରତ ଚନ୍ଦ୍ର ମିଶ୍ର, ଯୁଧିଷ୍ଠିର ପରିଡା ଯୋଗଦେଇଥିଲେ  । ସିଆରସିସି ଦୁର୍ଯ୍ୟେଧନ ପ୍ରଧାନ  ବିଭୁ ବନ୍ଦନା ଗାନ କରିଥିଲେ  । ଶିକ୍ଷକ ଅଶୋକ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସିଆରସିସି ତପନ କୁମାର ମଲ୍ଲିକ ଓ ଦିଲ୍ଲୀପ କୁମାର ନାୟକ ସଭା ପରିଚାଳନା କରିଥିଲେ  । ବିକ୍ରମ କୁମାର ପାତ୍ର, ଅଭିମନ୍ୟୁ ପ୍ରଧାନ ଓ ଲୋକନାଥ ପ୍ରଧାନ ସହଯୋଗ କରିଥିଲେ  । ବିଚାରକ ଭାବେ ସନ୍ତୋଷ ମହାନ୍ତି, ଜାମିନିକାନ୍ତ ନାୟକ, ପ୍ରଶାନ୍ତ ମହାରଣା, ଅଶୋକ ପ୍ରଧାନ, ଦିଲ୍ଲୀପ ପ୍ରଧାନ, ଦିଗମ୍ବର ରଥ, କୌଳାସ ଚନ୍ଦ୍ର ସ୍ୱାଇଁ, ସନାତନ ସ୍ୱାଇଁ, କୃତିବାସ ପରିଡା, ପବିତ୍ର କୁମାର ପଣ୍ଡା, ପଦୀପ ବଳିୟାରସିଂ, ଅମରେନ୍ଦ୍ର ପ୍ରଧାନ ରହିଥିଲେ  । ବକ୍ତୁତା ଜୁନିୟର ବିଭାଗରେ ବିଭୁତି ଭୁଷଣ ବେହେରା ପ୍ରଥମ ଶୁଭଦ୍ରା ନାୟକ ଦ୍ୱିତୀୟ ଓ ନିହାରିକା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ  । ସେହିପରି ସିନିୟର ବିଭାଗରେ ପ୍ରିୟଙ୍କା ପ୍ରିୟଦର୍ଶନୀ ବାରିକ ପ୍ରଥମ, ସ୍ଳୃତିରେକା ସାହୁ ଦ୍ୱିତୀୟ, ଶୁଭଲକ୍ଷ୍ମୀ ପ୍ରଧାନ ତୃତୀୟ ସ୍ଥାନରେ ରହିଛନ୍ତି । କୁଇଜ ଜୁନିୟର ବିଭାଗରେ ଆଶୁତୋଷ ସ୍ୱାଇଁ ପ୍ରଥମ ହୋଇଥିବା ବେଳେ ଅଂଶୁମାନ ନାୟକ ଓ ଜିତେନ୍ଦ୍ର ସାହୁ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାରକରିଛନ୍ତି । କୁଇଜର ସିନିୟର ବିଭାଗରେ ସଂଗମିତ୍ର ଜେନା ପ୍ରଥମ, ବଳରାମ ନାୟକ ଦ୍ୱିତୀୟ ପ୍ରିୟଙ୍କା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି । ଚିତ୍ରାଙ୍କନ ପ୍ରତିଯୋଗିତାରେ ସିନିୟର ବିଭାଗରେ ସନ୍ଦିପ ମହୁନ୍ତ ପ୍ରଥମ, ବାଦଲ ମଲ୍ଲିକ ଦ୍ୱିତୀୟ, ଗାୟତ୍ରୀ ବିଶ୍ୱାଳ ତୃତୀୟ ସ୍ଥାନଅଧିକାରି କରିଛନ୍ତି । ଜୁନିୟର ବିଭାଗରେ ଶୁଭକାନ୍ତ ବରାଳ, ତପସ୍ୱୀନୀ ମଲ୍ଲିକ ଦ୍ୱିତୀୟ, ପୂଜା ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସିଆରସିସି ହରିହର ରଥ, ମନୋଜ ମହାରଣା, ବସନ୍ତ ସେଠୀ, ପ୍ରଫୁଲ ଦାଶ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ  । ଶେଷରେ ରାଧାକାନ୍ତ ବିଦ୍ୟାପୀଠ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥବା ଛାତ୍ରଛାତ୍ରୀ ମାନେ ଜି୍ଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଏବିଇଓ ଘୋଷଣା କରିଥିଲେ  । ରାଧାକାନ୍ତ ବିଦ୍ୟାପୀଠର ସହକାରୀ ଶିକ୍ଷକ ଶ୍ରୀଧର ପ୍ରଧାନ ଧନ୍ୟବାଦ ଦେଇଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts