Breaking News

ଭୟଙ୍କର ଲଘୁଚାପ ସୃଷ୍ଟି ହୋଇଛି, ୨୫ ଓ ୨୬ ତାରିଖ ଭୟଙ୍କର ବର୍ଷା ହେବାର ‌

  ଭୁବନେଶ୍ୱର -------   ପୁଣି ସୃଷ୍ଟି ହେଲା ଭୟଙ୍କର ଲଘୁଚାପ, ଚେତାବନୀ ଦେଲା ପାଣିପାଗ ବିଭାଗ ।
ରାଜ୍ୟବାସୀ ସାବଧାନ! କାରଣ ମାଡି ଆସୁଛି ଭୟଙ୍କର ବର୍ଷା । ଆଜି ଠାରୁ ଆରମ୍ଭ କରି ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେବେ ସେପ୍ଟେମ୍ବର ୨୫ ଓ ୨୬ ତାରିଖ ସ୍ଥିତି ଅତି ସଙ୍ଗୀନ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଜାରି କରିଛି । ଖାଲି ଏତିକି ନୁହେ ସୂଚନା ମିଳିଛି କି ରାଜ୍ୟରେ ୫ ଦିନ ଧରି ବର୍ଷିବ । ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ବିଶେଷକରି ୨୫ ଓ ୨୬ ତାରିଖରେ ସ୍ଥିତି ଅଧିକ ଖରାପ ହେବ । ତାହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଦୁଇ ଦିନ ପାଇଁ ଓଡ଼ିଶା ଲାଗି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପରିସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାରକୁ ପରାମର୍ଶ ଦିଆଯାଇଛି । ସୂଚନା ମିଳିଛି କି ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ୨୫ ତାରିଖଠାରୁ ଉତ୍ତର ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ବର୍ଷା ପରିମାଣ ବଢ଼ିବ । ଏହାର ୪୮ ଘଣ୍ଟା ପରେ ଅର୍ଥାତ୍‌ ୨୬ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ତଥା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।  

  ଧୀରେନ୍ଦ୍ର ସେନାପତି

Blog Archive

Popular Posts