Breaking News

ଆସ ନିଜ ଅଧିକାର ପାଇଁ ନିଜେ ଲଢ଼ିବା


sakhigopal
 ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର ସତ୍ୟବାଦୀ ଅଞ୍ଚଳର କିଛି ସ୍ବେଛାସେବୀ  ଯୁବକ ମାନେ ଏକାଠି ହୋଇ ସତ୍ୟବାଦୀ ଟ୍ୱିଟର କ୍ଳବ ଗଠନ କରିଛନ୍ତି । ଯେଉଁଠିକି ସରକାର ବା ଜିଲ୍ଲା ପ୍ରଶାସନ ଆଡୁଅଳରେକିଛି  ସମସ୍ୟା ରହିଯାଉଛି ଏହି ଯୁବକ ମାନେ ଜିଲ୍ଲା ପ୍ରଶାସନକୁ ସିଧାସଳକ ଭାବେ ଅବଗତ କରାଇ ଘଟଣାର ସମାଧାନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ରବିବାର ଦିନ ପଟ୍ଟନାୟିକିଆ ସ୍ଥିତ ନାରିକେଳ ଗବେଷଣା କେନ୍ଦ୍ର ଠାରେ ଥିବା ଚଣ୍ଡି ମନ୍ଦିର ପ୍ରାଙ୍ଗଣ ରେ  ଏକ ଟ୍ୱିଟର ସୂଚନା ଅଧିକାର ଆଇନ ଓ ମାନବୀକ ଅଧିକାର ଆଇନ ସମ୍ବଦ୍ଧିୟ  ଚତୁର୍ଥ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୩୦ଜଣରୁ ଅଧିକ ଯୁବକ ଯୁବତୀ ଯୋଗଦେଇଥିଲେ।

        ଆଜି ସର୍ବପ୍ରଥମେ ପୁରୀ ସିଦ୍ଧ ମହାବୀର ଫ୍ଲାଏ ଓ଼ଭର ନିର୍ମାଣ ଦାବିରେ ପଲ୍ଲୀ ରୁ ଦିଲ୍ଲୀ ପଦଯାତ୍ରାକରୀ  ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ଯୁବପିଢିର ଜଣେ ସମାଜ ସେବି  ଜ୍ୟୋତି ରଞ୍ଜନ ନାୟକ ଙ୍କୁ ସତ୍ୟବାଦୀ କ୍ଲବ ତରଫରୁ ପୁଷଗୁଛ ଦେଇ ସ୍ୱାଗତ କରା ଯାଇଥିଲା। ପରେ ସାହିଭାଇ ଟୁଇଟର  କ୍ଲବ ର ସମ୍ପାଦକ ବିପିନ ମହାନ୍ତି କିପରି ଭାବେ ସମସ୍ତ ଙ୍କୁ ନିଜର ଅଧିକ।ର ପାଇବାରେ ଏହି ଟୁଇଟର କ୍ଲବ କିପରି  ସାହାଯ୍ୟ କରିବ ତାହା ବୁଝାଇଥିଲେ।  

 ସମାଜ ସେବୀ ସୁରେଶ କୁମାର ସାହୁ  ଆଜି ସତ୍ୟବାଦୀ ଟୁଇଟର କ୍ଲବ ର ସଦସ୍ୟ ହୋଇ ତାଙ୍କ ଦ୍ୱାରା ହେଇ ପାରିବ।  ସମସ୍ତ କାମ ରେ ସେ ଏହି କ୍ଲବ କୁ ସହଯୋଗ କରିବେ ବୋଲି ପ୍ରତିଶୁତି ଦେଇଛନ୍ତି। ମାନବ ଅଧିକାର ଆଇନ ର ଜଣେ ସଦସ୍ୟ ଅଖଣ୍ଡ ମିଶ୍ର ମଧ୍ୟ ଆଜି ସେଠାରେ ଉପସ୍ଥିତ ରହି ମାନବ ଅଧିକାର ଆଇନବିଷୟରେ ସମ୍ୟକ ସୂଚନା ଦେଇଥିଲେ।

 ସୂଚନାଥାଉକି ଏହି ଟୁଇଟର କ୍ଲବ ଦ୍ୱାରା ବହୁତ ବିଧବା ଭତ୍ତା ପାଇଁ ନଥିବା ମହିଳା ଓ  ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ବହୁତ ବୁଢା ବୁଢ଼ୀ ମାନେ ଉପକୃତ ହୋଇଛନ୍ତି। ଆଜି ପିପିଲି , କଣାସ ଓ ଡେଲାଙ୍ଗ ର କିଛି ଯୁବକ ମାନେ ଆସି କିପରି ନିଜ ଅଂଚଳରେ ହେଉଥିବା ଦୁର୍ନୀତି ଓ ଅସୁବିଧା ବିଷୟରେ ସରକାରଙ୍କୁ ଟୁଇଟରରେ ଜଣାଇବେ  ତାହା ଶିଖିଥିଲେ ଓ  ଯଥାଶୀଘ୍ର ପିପିଲି ରେ ଏକ ପ୍ରଶିକ୍ଷଣ ଶିବିର କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ।  ଏହା ବ୍ୟତୀତ ଆଜି ପ୍ରଥମ ଥର ଭାବେ  ଶିବିର ରେ ପ୍ରଫୁଲ୍ଲ ପରିଡା ପୁଷ୍ପାଞ୍ଜଳି ସ୍ୱାଇଁ, ଷୋନାଲିକା ଦାସ,ମନ୍ଦାଗିନୀ ବେହେରା, ଭାନୁମତୀ ବିଶ୍ୱାଳ, ସ୍ଵର୍ଣ୍ଣଲତା ସାହୁ ଓ ବାପି ସ୍ୱାଇଁ ସମୂହ ବିଭିର୍ନ ପଂଚାୟତରୁ ଟୁଇଟର ସାଥି ରୂପେ ଯୋଗ ଦେଲେ।  ସୁଶୀଲ ସାହୁ ଓ ସନ୍ଦୀପ ମହାପାତ୍ର ଏହି ପ୍ରଶିକ୍ଷଣ ଶିବିର କୁ ପରିଚାଳନା କରିଥିଲେ।    
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts