୨୮ରେ କୋଣାର୍କ ଆସିବେ ରାଷ୍ଟ୍ରପତି
କୋଣାର୍କ---- ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୭ତାରିଖରେ ଦୁଇଦିନିଆଁ ଓଡିଶା ଗସ୍ତରେ ଆସୁଛନ୍ତି । ୨୮ତାରିଖ ଅପରାହ୍ନ ତିନିଟାରେ ରାଷ୍ଟ୍ରପତି କୋଣାର୍କ ଗସ୍ତରେ ଆସି ବିଶ୍ୱଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାର ସୂଚନା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ଏ ନେଇ ଆଜି ସନ୍ଧ୍ୟାରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୁଣକୁମାର ଜେନା, ଅତିରିକ୍ତ ଏସପି ଶାନ୍ତନୁ କୁମାର ଦାସ ଓ ଡିଆଇବି ଡିଏସପି ଉମାକାନ୍ତ ମଲ୍ଲିକ ସୋମବାର ସଂଧ୍ୟାରେ କୋଣାର୍କରେ ପହଞ୍ଚି ସୂର୍ଯ୍ୟମନ୍ଦିର ପରିସର, ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ୍ ନିର୍ମିତ ଅର୍କକ୍ଷେତ୍ର ବ୍ୟାଖ୍ୟାନ କେନ୍ଦ୍ର,ହେଲିପ୍ୟାଡ ଅଂଚଳରେ ଗମନାଗମନ, ପାନୀୟ ଜଳ ଓ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିବାର ଜଣାପଡିଛି ।
କୋଣାର୍କରୁ ଅଜିତ କୁମାର ମଲିକ