୧୫୦ତମ ମହାତ୍ମା ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବ୍ଲକ ସ୍ତରୀୟ ପ୍ରତିଯୋଗିତା
ବରଗଡ଼----- ବରଗଡ଼ ଜିଲ୍ଲା ଅତାବିରା ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ବ୍ଲକ ସ୍ତରୀୟ ୧୫୦ତମ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଇଓ ରାଜରାମ ମେହେର ଯୋଗଦେଇଥିବା ବେଳେ ସମ୍ବାନୀତ ଅତିଥି ଭାବେ ଏବିଇଓ ରାଜକିଶୋର ପୁଝାରୀ ଯୋଗ ଦେଇଥିଲେ।ଏଥିରେ ବ୍ଲକର ବିଭିନ୍ନ ସ୍କୁଲରେ ଡ୍ରଇଂ,ପ୍ରବନ୍ଦ,ନାଟକ ଓ ଅନ୍ୟାନ୍ୟ ପ୍ରତିଯୋଗୀତା ମାନ ହୋଇ ସେଥିରେ ଉନ୍ନୀତ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟବକ୍ତା ଭାବେ ଅବସର ଶିକ୍ଷକ ଶାନ୍ତନୁ ଭୋଇ ରହି ଥିବାବେଳେ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ସିଆର ସିସି ମନୋରଞ୍ଜନ ମିଶ୍ର କରିଥିଲେ । ପ୍ରତିଯୋଗିତା ଗୁଡ଼ିକ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ । ବ୍ଲକର ୧୪ଟି କ୍ଳଷ୍ଟର ରୁ ୧୮୦ଜଣ ପ୍ରତିଯୋଗିତା ରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୩୬ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିଲେ । ସେହି ୩୬ଜଣ ଛାତ୍ରଛାତ୍ରୀ ଆସନ୍ତା ୩୦ ତାରିଖ ଦିନ ବରଗଡରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବେ । ନାଟକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟ ସେମାନେ ଆ
କ୍ଟୋବର ୨ତାରିଖ ରେ ହେବାକୁ ଥିବା ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଏବିଇଓ ରାଜକିଶୋର ପୁଝାରୀ ସୂଚନା ଦେଇଥିଲେ।ଶେଷରେ ମନୋରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Baragada news |
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ