 |
Baragada news |
ବରଗଡ଼------ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ହିଲ୍ଲୀ ପାଲି ଗାଁ ରାସ୍ତାରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଆଜି ପୂର୍ବାହ୍ନ ୧୦ଘଣ୍ଟା ସମୟରେ ଗାଁ ପଟୁ ମେନ କେନାଲ ରାସ୍ତାକୁ ଆସୁଥିବା ସୋନାଲିକା ବ୍ଲୁ କଲର ଟ୍ରାକ୍ଟର ନମ୍ବର ଓଡି, ୧୭ ଆର,୭୫୧୭ ଟ୍ରାକ୍ଟର। ଗାଡିର ପଛ ଚକର ମଡ଼ଗାର୍ଡ ଭିତରକୁ ଟାଣି ହୋଇ ଯାଇଥିଲେ ଜଣେ ଦଶମ ଶ୍ରେଣୀ ର ଛାତ୍ର । ଘଟଣା ସ୍ଥଳରେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ମୃତକ ଛାତ ଜଣକ ହେଲେ ହିଲ୍ଲୀ ପାଲି ଗ୍ରାମର ଡାକ୍ତର ପଧାନ ଙ୍କ ପୁଅ ଆୟୁଷ ପଧାନ୧୫ । ଘଟଣା ଘଟିବା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଏପରିକି ଯଦି ସଙ୍ଗେ ସଙ୍ଗେ ପିଲାଟିକୁ ଚକା ଓ ମଡଗାଡ ଭିତରୁ ବାହାର କରାଯାଇଥାନ୍ତା ତା ହେଲେ ପିଲାଟି ବଞ୍ଚି ଯାଇଥାନ୍ତା ବୋଲି ଲୋକମାନେ କହନ୍ତି । ଉକ୍ତ ଗାଡିଟି ହିଲ୍ଲୀ ପାଲି ନିକଟସ୍ଥ ଭୋଇଟିକ୍ରା ଗ୍ରାମର ପ୍ରହଲ୍ଲାଦ ପଧାନଙ୍କର ବୋଲି ଜଣାପଡିଥିଲା। ପିଲାଟି ର ମୃତ୍ୟୁ ଏକ ଭୟଙ୍କର ହୋଇଛି । ଏପରିକି ଯେ କେହି ଫଟୋ ଦେଖିଲେ ସେ ମଧ୍ୟ ଧର୍ଯ୍ୟ ଧରିବ ନାହିଁ । ଯେପରି ମଣିଷ ଗୁଡାକ ପୋକ ମାଛି ପରି ଗାଡି ଚକା ତଳେ ଚାପି ଦେଉଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଭୟଙ୍କର ରୁପ ନେବାସହ ଗାଡି ମାଲିକ ଓ ଗାଡି ଚାଲକ ତୁରନ୍ତ ଡକାଇ ଶୀଘ୍ର ସମାଧାନ ପାଇଁ ଦାବି କରିଥିଲେ। ଅତାବିରା ଥାନା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲେ । ଏହି ଘଟଣାକୁ ଆପସ ଭିତରେ ବୁଝାମଣା କରିବା ପାଇଁ ହିଲ୍ଲୀ ପାଲି ପଞ୍ଚାୟତ କାର୍ଯଳୟ ରେ ପୋଲିସ କିଛି ଲୋକଙ୍କ ସହ ଆଲୋଚନା ରତ କରୁଥିବା ସମୟରେ ଘଟଣା ଘଟିଥିବା ପରିବାର ଓ ଉତ୍ୟକ୍ତ ଜନତା ପାଟି ତୁଣ୍ଡ କରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ହୋ ହାଲ୍ଲା କରିଥିଲେ । ପଞ୍ଚାୟତ ଭିତରେ ଶବ ନିଲାମ କରାଯାଉଛି କି ବୋଲି ପ୍ରଶ୍ନ କରିଥିଲେ । ଯାହା ଫଇସଲା ହେବ ସମସ୍ତ ଗ୍ରାମବାସୀ ଙ୍କ ସମ୍ବୁଖରେ କରାଯିବା ପାଇଁ ଦାବି କରିଥିଲେ। ଯାହାକି ପୋଲିସ ଏହାର କୌଣସି ସମାଧାନ ର ସୂତ୍ର ବାହାର ନ କରି ପାରିବାରୁ ବାଧ୍ୟହେଇ ଲୋକେ ମେନ କେନାଲ ରାସ୍ତା ଉପରେ ଶବ ଥୋଇ ରାସ୍ତା ଅବରୋଧ କରିଥିଲେ। ୪ ଘଣ୍ଟା ରାସ୍ତା ଅବରୋଧ ହେବା ପରେ ପୋଲିସର ମୁଣ୍ଡବ୍ୟଥା ହୋଇଥିଲା । ପୋଲିସ ଶେଷରେ ଦୁର୍ଘଟଣା ଘଟାଇଥିବା ଗାଡି ମାଲିକ ଙ୍କ ସହ କଥାବାର୍ତ୍ତା ହୋଇ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ବୋଲି ଗ୍ରାମବାସୀ ମାନଙ୍କୁ କରିଥିଲେ । ତା ପରେ ରାସ୍ତା ରୋକ ହଟିଥିଲା । ପୋଲିସ ଶବ ଟିକୁ ବରଗଡ଼ ମୁଖ୍ୟ ଡାକ୍ତର ଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଘଟଣା ସ୍ଥଳରେ ରହିଥିବା ପୋଲିସ ଅଧିକାରୀ ଏସ ଆଇ ସୁଷମା ପସାୟତ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଗଣ ମାଧ୍ୟମକୁ ପ୍ରଥମେ ରୁହନ୍ତୁ ଘଟଣା ତଦନ୍ତ ଚାଲିଛି ପରେ ଦେବା ପାଇଁ କହିଥିଲେ। କିନ୍ତୁ ଘଟଣା ତଦନ୍ତକରୀ ଉକ୍ତ ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ ହେଁ ସୂଚନା ଦେବା ପାଇଁ ଚାହିଁ ନଥିଲେ। ତେବେ ଘଟଣାର ରହସ୍ୟ କଣ ରହିଛି ତାହା ଦେଖିବାକୁ ବାକି ରହିଲା। ପୋଲିସ କ'ଣ ଉକ୍ତ ଛାତ୍ର ର ମୁଲ୍ୟ ମାତ୍ର ଦୁଇ ଲକ୍ଷ ଟଙ୍କା ବୋଲି ଜାଣିଲା କେମିତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ