Breaking News

ବିଡିଓଙ୍କୁ ର୍ଦୁବ୍ୟବହାର, ପ୍ରତିବାଦରେ କର୍ମଚାରୀଙ୍କ ଆନ୍ଦୋଳନ


B Biswal
hatadhi News
ହାଟଡ଼ିହି  ----  ହାଟଡିହି ବ୍ଲକର ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ର୍ଦୁବ୍ୟବହାର କରିବା ପ୍ରତିବାଦରେ କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରିଛନ୍ତି । ଖବରରୁ ଜଣାଯାଇଛି ଯେ ମରୈଗାଁର ସୁଧାଶୁଂ ମଲ୍ଲିକ ନାମକ ଜଣେ ଯୁବକ ଆଜି ଅପରାହ୍ନ ୩ଟାବେଳେ ବ୍ଲକରେ  ବିଡିଓଙ୍କୁ ମରୈଗାଁ ପଞ୍ଚାୟତରେ ଘର ପାଉଥିବା ଲୋକମାନେ ପୁନର୍ବାର ଘର ପାଉଥିବାବେଳେ କାହିଁକି ଗରିବ ଲୋକଙ୍କୁ ଦିଆଯାଉ ନାହିଁ ଓ କମୁନିଟି ସେଣ୍ଟର କରାନଯାଇ କାହିଁକି ଫଲ୍ସ ବିଲ କରାଯାଇଛି ବୋଲି ପଚାରିଥିଲେ । ବିଡିଓ ଶ୍ରୀ ବାରିକ ତାଙ୍କୁ ଏତେ ବଡ ସ୍ୱରରେ ନକହି ଧିରେ କହିବାକୁ କହିବାରୁ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଦୀର୍ଘସମୟ ଧରି ଗାଳିଦେବାରୁ  ନିକଟରେ ଥିବା କିଛି କର୍ମଚାରୀ ଓ ଜଣେ ସରପଞ୍ଚ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଅଫିସ ବାହାରକୁ ବାହାର କରିଥିଲେ । ଏହାକୁନେଇ ବ୍ଲକ କାର୍ଯ୍ୟାଳୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରତିଦିନ କିଛି ଅସାମାଜିକ ବ୍ୟକ୍ତି ବ୍ଲକରେ ପହଞ୍ଚି  ଗାଳି ଗୁଳଜ କରିବା ସହ ଧମକ ଚମକ ଦେଇ ଆସୁଛନ୍ତି । ବ୍ଳକ କର୍ମଚାରୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି  ।  ଏଣୁ ବ୍ଳକର ସମସ୍ତ କର୍ମଚାରୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ କଲମ ଛାଡ ସହ ଧାରଣରେ ବସିଥିଲେ । ଏନେଇ ବିଡିଓ ଶ୍ରୀଯୁକ୍ତ ବାରିକ କେନ୍ଦୁଝର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାପରେ ତାଙ୍କ ପରାମର୍ଶ କ୍ରମେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଯେତେବେଳେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାନଯାଇଛି ସେେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ କର୍ମଚାରୀମାନେ ପୋଲିସକୁ ଚେତାବନୀ ଦେଇଛନ୍ତି ।
 ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
hatadihi news
odisha news

Blog Archive

Popular Posts