ଘରେ ପଶି ଚୋର ମାନେ କଲାକନା ବୁଲାଇଲେ ; ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓଟଙ୍କା ଭ
![]() |
Pipili News |
ପିପିଲି---- ପିପିଲି ଥାନା ସାତଶଂଖ ଫାଣ୍ଡି ଅଧିନସ୍ଥ ବୀରପୁରୁଷୋତମପୁର ଗ୍ରାମର ଦେବାଶିଷ ମିଶ୍ର ଙ୍କ ଘରେ ଚୋର ମାନେ ପଶି ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେବାରେ ସକ୍ଷମ ହୋଇଛନ୍ତି । ସାତଶଂଖ ଫାଣ୍ଡିରେ ଏ ସମ୍ପର୍କରେ ଅଭିଯୋଗ ହୋଇଛି । ଚୋରମାନେ ଦେବାଶିଷଙ୍କ ବାପା ଓ ମାଙ୍କ ରୁମକୁ ବାହାର ପଟୁ ଚାବି ପକାଇ ଦେଇଥିଲେ । ଦେବାଶିଷଙ୍କ ରୁମ ର ଝରକା ଭାଙ୍ଗି ଚୋର ମାନେ ଗଡ୍ରେଜ ଭିତରେ ଥିବା ସୁନା ହାର ୨ଟି,ସୁନାଚେନ ୧ଟି,ସୁନାମୁଦୀ ୧୧ଟି ,ହାତରେ ପିନ୍ଧା ସୁନା ଚୁଡିଚେନ୧୬ଟି,ଗଡ୍ରେଜ ଭିତରେ ଥିବା ନଗଦ ୨୨ହଜାର ଏବଂ ମନିପର୍ସରେ୫୮୦୦ ଟଙ୍କା,ଏସବିଆଇ ଏଟିଏମ୍ କାର୍ଡ, ସାମସଙ୍ଗ ଟାବଲେଟ ମୋବାଇଲି ଓ ଅନ୍ୟାନ ସବୁ ଜିନିଷ ଲୁଟି ନେବା ସହ ଦାଣ୍ଡଘରେ ଥିବା ମଟର ସାଇକେଲକୁ ନେଇ ଯାଇଥିଲେ । ଘର ଠାରୁ ଅଳ୍ପ ଦୁରରେ ଗାଡିଟିକୁ ପିଙ୍ଗି ଦେଇ ପଳାଇଥିବା ଜଣାପଡିଛି । ଦେବାଶିଷଙ୍କ ଅଭିଯୋଗକୁ ଭିତ୍ତିକରି ପିପିଲି ଥାନା କେସନାଂ ୨୪୬/୧୯ଏକ ମାମଲା ରୁଜୁ କରାଯାଇଛି । ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ ସାତଶଂଖ ଫାଣ୍ଡି ଅଧିକାରୀ ନାରାୟଣ ବେହେରା ପୁରୀ ରୁ ସାଇଣ୍ଟିଫିକ ଟିମ ସହିତ ସନ୍ଧାନି କୁକୁର ଆସି ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଜାରି ରହିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର ।