Breaking News

ପିପୁଲ ଫର ସେବା ଅନୁଷ୍ଠାନ ଦ୍ୱାରା ମେଡିକାଲ ସଫେଇ


ପିପିଲି-ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ପିପୁଲ ଫର ସେବା ପକ୍ଷରୁ ସଫେଇ କରାଯିବା ସହ ମେଡିକାଲରେ ଥିବା ରୋଗୀ ମାନଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରଯାଇଛି ।  ପିପୁଲ ଫର ସେବା ଶାଖା ପିପିଲିର ମୁଖ୍ୟ ପ୍ରକାଶ ସାହୁ ଓ ବିଶୁ ଦିକ୍ଷିତ୍ ଙ୍କ ସମେତ ୨୦ଜଣ ସଦସ୍ୟମାନେ ମେଡିକାଲ ପରିସରରୁ ପଡିଥିବା ଅଳିଆ ଅବଜ୍ଜନା ଗୁଡିକ  ସଫା ସୁତରା କରିଥିଲେ । ଏହି ଯୁବ ସଂଗଠନ ପକ୍ଷରୁ  ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ , ପିପିଲି ଥାନା ପରିସର ସଫେଇ ,  ରାସ୍ତାରେ ବୁଲା ଷଣ୍ଢ ଓ ଗାଇ ମାନଙ୍କ ଦ୍ୱାରା  ଟ୍ରାଫିକ ସମସ୍ୟା ସହ ଦୃର୍ଘଟଣା ମାନ ରୋକିବା ପାଇଁ ଷଣ୍ଢ ଓ ଗାଇମାନଙ୍କ ବେକ ଓ ସିଂଘରେ ଲାଲ କଲର ରେଡିୟମ ଷ୍ଟିକରିଂ ଲଗାଇ ଅଞ୍ଚଳରେ ବେଶ ପ୍ରଶଂସା ର ପାତ୍ର ହୋଇଥିଲେ  । ଆଗକୁ ପିପିଲି ଅଞ୍ଚଳରେ ଜନହିତକର କାର୍ଯ୍ୟ ଜାରି ରଖିବେ ବୋଲି ଅନୁଷ୍ଠାନର ସଦସ୍ୟ ବିଶୁ  କହିଛନ୍ତି ।
 ପିପିଲିରୁ ବିଜୟ କୁମାର ମହାପାତ୍ର  

Blog Archive

Popular Posts