Breaking News

ହାଇବ୍ରିଡ ଧାନ ଚାଷ କରି ଚାଷୀକୁଳ ଚିନ୍ତାରେ; ଛଅ ମାସର ଧାନ ତିନି ମାସରେ ବାହାରିଲା


ନିମାପଡ଼ା---- ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ରେ ଏବେ ଚାଷୀକୂଳ ଚିନ୍ତାରେ ।   ଧୋକା ଦେଲା ଧାନ  ବିହନ, ଛଅ ମାସ ପରିବର୍ତ୍ତେ  ତିନି ମାସରେ ଧାନ ଗଛରେ ଥୋଡୁଅ ବାହରିବାରୁ ଅମଳ ନ ହେବା ଅ।ଶଙ୍କାରେ ଚିନ୍ତାରେ ଚାଷୀକୂଳ । ନିମାପଡା ବ୍ଲକରେ ହେକ୍ଟର ହେକ୍ଟର ଚାଷ ଜମିରେ ଏଭଳି ସମସ୍ୟା ଦେଖା ଦେଇଛି । ହାଇବ୍ରିଡ ଧାନ ଚାଷ କରି ସର୍ବସାନ୍ତ ହେଲେ ଚାଷୀ ।ଅଧିକ ଅମଳ ଅ।ଶାକରି ତେଲେଙ୍ଗନା ଅଂଚଳର  ଧନରାଜ ଓ ଆଦିତ୍ୟ କିସମର ଧାନ ବିହନ କୁ ସରକାରୀ ସ୍ଵକୃତୀ ପ୍ରାପ୍ତ ଡିଲରଙ୍କ ଠାରୁ ଧାନ ବିହନ କିଣି ଚାଷ କରିଥିଲେ ଚାଷୀ । ଖାଲୁଆ ଜମି ରେ ଏହି ବିହନ ଚାଷ କଲେ ଅମଳ ଭଲ ହେବା ସହିତ ସାଢେ ୫ମାସ ମଧ୍ୟରୁ ୬ ମାସରେ ଏହି ଧାନ ହେବ ବୋଲି କହି ଡିଲର ଚାଷୀଙ୍କୁ ବିକ୍ରୟ କରିଥିଲା ଏହି ବିହନ । ମାତ୍ର ଚାଷୀ ମାନେ ଧାନ ରୋଇବା ଦିନ ଠାରୁ ୩ ମାସ ନ ପୁରୁଣୁ  ଧାନ ଗଛରେ ଥୋଡୁଅ ବାହରିଥିବାରୁ ଏହାର ଅମଳ ନେଇ ଚିନ୍ତାରେ ଚାଷୀ । ବିଶେଷକରି ନିମାପଡା ବ୍ଲକର ଶଗଡା, ରଟିଲୋ, ବଡମାଛପୁର,  ଅନ୍ତୁଅ।ର, ଅ।ଦି ପଚଂ।ୟତର ଏକର ଏକର ଚାଷ ଜମିରେ ଏଭଳି  ସମସ୍ୟା ଦେଖାଦେଇଛି । ସେପଟେ ଏହି ଚାଷ କରିଥିବା ଚାଷୀ ଅମଳ କମ ପାଇପାରେ ବୋଲି କୃଷି ନର୍ଦ୍ଦେଶକ କହିଥିବା ବେଳେ ଏସଂପର୍କରେ ଉପରିସ୍ଥ ଅଧିକାରୀଙ୍କ ଦୁଷ୍ଟି ଅ।କର୍ଷଣ କରାଯିବ ବୋଲି କହିଛନ୍ତି ।
ନିମାପଡ଼ା ରୁ ଜୟନ୍ତ ସେଠୀ

Blog Archive

Popular Posts