 |
pipili News |
ପିପିଲି-ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ପିପିଲି ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରେ ଅସ୍ଥିଶଲ୍ୟ,ମାନସିକ,ଦୃଷ୍ଟି ଓ ଶ୍ରବଣ ବିଭାଗର ବିଶେଷଜ୍ଞଙ୍କ ଦ୍ୱାରା ଆସିଥିବା ଦିବ୍ୟାଙ୍ଗ ମାନଙ୍କୁ ପରିକ୍ଷା କରାଯାଇଥିଲା । ଅନଲାଇନ ଆବେଦନକାରୀ ୬୯୮ଜଣ ପଞିକରଣ କରିଥିବା ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିଲା । ଆବେଦନକାରୀ ଦିବ୍ୟାଙ୍ଗମାନଙ୍କ ମଧ୍ୟରୁ ଏହି ଶିବିରରେ ୪୨ଜଣଙ୍କୁ ବସପାସ୍ ପ୍ରଦାନ କରାଯାଇଥିଲା ।ଏହି ପରିକ୍ଷା ରିପୋର୍ଟକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯିବ । ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ବ୍ଲକ ସାମାଜିକ ସୁରକ୍ଷାଧିକାରୀ ମିତାଲି ମଧୁଶ୍ମିତା କହିଛନ୍ତି । ଶିବିରରେ ଡାକ୍ତର ପୁର୍ଣ୍ଣ ଚନ୍ଦ୍ର ପାତ୍ର,ଡା. ଉମାପ୍ରସାଦ ବିଶ୍ୱାଳ ଡା.ଡା.ଅପୂର୍ଣ୍ଣା ମହାନ୍ତି.ଡା.ଜିତେନ୍ଦ୍ର ଦାସ.ଡା.ରବିନ୍ଦ୍ର କୁମାର ଘଡେଇ ମାନଙ୍କ ଦ୍ୱାରା ଦିବ୍ୟାଙ୍ଗ ମାନଙ୍କୁ ପରିକ୍ଷା କରାଯାଇଛି ।ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରି ତ୍ରିନାଥ ପାଢୀ ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ, ବିଡିଓ ଆଦିକନ୍ଦ ବେହେରା ବ୍ଲକ ଉପାଧକ୍ଷ ଯୁଧୀଷ୍ଠିର ସ୍ୱାଇଁ , ଆତ୍ମା ଅଧକ୍ଷ ଧରଣୀଧର ସାହୁ ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ ବିଜୁ ଯୁବ ବାହିନି ସଭାପତି ଦୃର୍ଗାଦାଶ ପୁର ବିଶ୍ୱଜିତ ଦାସଙ୍କ ସହିତ ଗୋବିନ୍ଦପୁର ପଞ୍ଚାୟତ ବିଜୁ ଯୁବ ବାହିନି ର ସଦସ୍ୟମାନେ ଏହି ଶିବିରରେ ଉପସ୍ଥିତ ରହିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର