ଖରିଫ ଋତୁରେ ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ପାଇଁ ପୟାସ
ସାକ୍ଷୀଗୋପାଳ----- ରାଜ୍ୟ ସରକାର ଖରିଫ ଋତୁରେ ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ପାଇଁ ଏବେ ନୂତନ ପ୍ରୟାସ କରିଛନ୍ତି । ଏହି ପୟାସକୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି । ପଞ୍ଜିକୃତ ଚାଷୀମାନଙ୍କର ଖରିଫ ଧାନ ଚାଷ ଜମିର ପରିମାଣ ବାବଦ ତଥ୍ୟ ସମ୍ବଳିତ ଚିଠା ସମ୍ପୃକ୍ତ ସମବାୟ ସମିତି, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ କଣ୍ଟ୍ରୋଲ ଦୋକାନରେ ପ୍ରକାଶ କରାଯିବ। ଯଦି ପ୍ରକାଶିତ ତାଲିକାରେ କୌଣସି ତ୍ରୁଟି ଥାଏ, ତେବେ ଯେ କୌଣସି ନାଗରିକ ତତ୍ ସମ୍ବନ୍ଧୀୟ ଅଭିଯୋଗ ସମ୍ପୃକ୍ତ ପ୍ରକାଶନ ସ୍ଥଳରେ ଦାଖଲ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି