 |
konark news |
କୋଣାର୍କ---- ସେପ୍ଟମ୍ବର୨୭ ତାରିଖକୁ ସମଗ୍ର ବିଶ୍ୱରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ରୂପେ ପାଳନ କରାଯାଉଛି । ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ବିଭାଗ କୋଣାର୍କ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସମ୍ମୁଖରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’କୁ ଧୁମଧାମରେ ପାଳନ କରାଯାଇଛି । ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମି, ମେଳାପଡିଆ, ଓ ତୀର୍ଥପୁଷ୍କରଣୀରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫେଇ କରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ଟୁରିଷ୍ଟି ଗାଇଡ, ଫଟୋଗ୍ରାଫର, ବରିଷ୍ଟ ନାଗରୀକ, ବିଭିନ୍ନ ସାମାଜିକ ସଙ୍ଗଠନର ପ୍ରତିନିଧିଙ୍କ ସମେତ କୋଣାର୍କ ଏନଏସି ଅନ୍ତର୍ଗତ ଜାଭିୟର ହୋଟେଲ ମ୍ୟାନେଜମେଣ୍ଟ, କୋଣାର୍କ ଇନିଷ୍ଟିଚୁଏସନ ଅଫ ହୋଟେଲ ମେନେଜମେଣ୍ଟ ଆଣ୍ଡ ଟୁରିଜିମର ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ମାନ ଧରି ପର୍ଯ୍ୟଟନ ସମ୍ପର୍କିତି ଏବଂ ପଲିଥିନ ମୁକ୍ତ ପର୍ଯ୍ୟଟନସ୍ଥଳୀ ଓ ସ୍ୱଛତା ସମ୍ପର୍କରେ ଶ୍ଲୋଗାନ ମାନ ଦେବା ସହ ଜନ ସଚେତନତା ସୃଷ୍ଟି କରିଥିଲେ । ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋଣାର୍କ ଭ୍ରମଣରେ ଆସିଥିବା ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଗୋପ ତହସିଲଦାର ପୃଥିବୀରାଜ ମଣ୍ଡଳ, କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଆଦିତ୍ୟନାରାୟଣ ମିଶ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ, ଲୋଟସ ରିସର୍ଟର ପରିଚାଳକ ଭାରତ ଭୁଷଣ ବିଶ୍ୱାଳ, ଥାନାଧିକାରୀ ସଞ୍ଜୀବ କୁାମର ପ୍ରଧାନ, ଶୋଲାର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ଓ ନୃତ୍ୟଶଳ୍ପୀମାନେ ପର୍ଯ୍ୟଟନ ବିଭାଗର ଶ୍ଳୋଗାନ ‘ଅତିଥି ଦେବ ଭବ’କୁ ସାକାର କରିବା ପାଇଁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲା । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶୀ ନୃତ୍ୟ, ଘୋଡାନାଚ ଓ ନାଗାନୃଚ୍ୟ ପ୍ରଦର୍ଶିତ ହୋଇଥିଲା । କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଓଡିଶା ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଏକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏହି ଚିତ୍ରକଳା ପ୍ରଦର୍ଶନୀରେ ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପୁରୀର ଅଧ୍ୟକ୍ଷ ଦୂର୍ଗାମାଧବ କରଙ୍କ ନେତୃତ୍ୱରେ ୧୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପ୍ରଥମ ଥର ପାଇଁ ସୂର୍ଯ୍ୟମନ୍ଦିର ପରିସରରେ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଇଥିବାରୁ ପର୍ଯ୍ୟଟକମାନେ ଚିତ୍ରକଳା ପ୍ରଦର୍ଶନୀକୁ ମନଭରି ଉପଭୋଗ କରିଥିଲେ । ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ନେତୃତ୍ୱରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀ ସବିତା ପ୍ରଧାନ, ଅମୃତା ଦାଶ, ଆକାଶ ସିଂ, ପଦ୍ମଚରଣ ସ୍ୱାଇଁ, ବିପିନ ଭୋଇ. ଦେବେବ୍ର କୁମାର ଗୋଛାୟତ, ଲାଲମୋହନ ମାଝି, ସତ୍ୟଭାମା ରେଡି, ଦେବଲାତା ଗୋଛାୟତ, ସଚିତ୍ରାନନ୍ଦ ପାତ୍ର ପ୍ରମୁଖ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ