Breaking News

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବରୀ ଯୁବକ ପେପରମ୍ୟାନ ଶଶାଙ୍କ

ବରୀ, -----ଓଡ଼ିଶାର  ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲଙ୍କୁ ବୁଧବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବରୀର ଗର୍ବ ଓ ଗୌରବ ନିଜକୁ ପେପରମ୍ୟାନ ଇଣ୍ଡିଆ ଭାବେ ପ୍ରତିଷ୍ଠିତ କରାଇ ପାରିଥିବା ଶଶାଙ୍କ ଶେଖର ଦାଶ  । ଶ୍ରୀ ଦାଶ ନିଜ ପତ୍ନୀ ରାଧାରାଣୀ ଓ ପୁତ୍ର ସାଇବ୍ରତ ସହ ରାଜ୍ୟପାଳଙ୍କୁ ପୂର୍ବାହ୍ନରେ ସାକ୍ଷାତ କରିଥିଲେ । ରାଜ୍ୟପାଳ ତାଙ୍କୁ “ଲିମକା ବୁକ୍ ଅଫ ରେକର୍ଡ଼ସ-୨୦୧୯ ପ୍ରମାଣପତ୍ର ପ୍ରଦାନ କରିଥିଲେ  । ସୂଚନାଯୋଗ୍ୟ ଶଶାଙ୍କଙ୍କ ନାମ ସର୍ବାଧିକ ଖବରକାଗଜ ସଂଗ୍ରହ କରି ୨୦୧୯ ଲିମକା ବୁକ୍ରେ ପ୍ରକାଶ ପାଇଛି  । ପୂର୍ବରୁ ଏହି ପ୍ରମାଣପତ୍ର ଶଶାଙ୍କଙ୍କ ନିକଟରେ ଡ଼ାକଯୋଗେ ପହଞ୍ଚିଥିଲା  । ଏହି ଅବସରରେ ରାଜ୍ୟପାଳଙ୍କୁ ଶ୍ରୀ ଦାଶ ଖବରକାଗଜ ଉପରେ ନିଜର ଗବେଷଣା ପୁସ୍ତିକା “ଖବରକାଗଜ ଅନେକ କଥା” ପ୍ରଦାନ କରିଥିଲେ  ।\n    ରାଜ୍ୟପାଳଙ୍କୁ ଏହି ଅବସରରେ ଶଶାଙ୍କ ଓଡ଼ିଶାର ପ୍ରଥମ ଖବରକାଗଜ “ଉକ୍ରଳ ଦୀପିକା” ଦେଖି ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଥିଲେ ।  ଏହାକୁ ବଜାୟ ରଖ ଓ ଓଡ଼ିଶାର ନାମ ଉଜ୍ଜଳ କର ବୋଲି ରାଜ୍ୟପାଳ କହିଥିଲେ  । ଇତିମଧ୍ୟରେ ଶଶାଙ୍କ ୧୦୪ଟି ଦେଶର ୯୬ଟି ଭାଷାର ୪୩୦୦ରୁ ଅଧିକ ଖବରକାଗଜ ସଂଗ୍ରହ କରିଥିବା ଓ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦଠାରେ ନିଜ ବାପାଙ୍କ ନାମରେ “ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଂଟର” କରିଥିବା ଜାଣି ରାଜ୍ୟପାଳ ଖୁସୀ ଅନୁଭବ କରିଥିଲେ  ।    ଏଠାରେ କୁହାଯାଇପାରେ ୩ଥର ଲିମକା ବୁକ ରେକର୍ଡ଼ ଓ ୧ଥର ଇଣ୍ଡିଆ ବୁକରେ ସ୍ଥାନ ପାଇଥିବା ପେପରମ୍ୟାନ ଶଶାଙ୍କ ଖୁବଶୀଘ୍ର ଗିନିଜ ୱାଲ୍ଡ ରେକର୍ଡ଼ରେ ସ୍ଥାନ ପାଇବେ ବୋଲି କହନ୍ତି  । ଇତିମଧ୍ୟରେ ଗିନିଜ କତୃପକ୍ଷ ତାଙ୍କର ପ୍ରସ୍ତାବ ଗ୍ରହଣ କରିଛନ୍ତି  । ନିକଟରେ ଶଶାଙ୍କ ଅର୍ନ୍ତଜାତୀୟ ଗାନ୍ଧୀ ପିସ ଫାଉଣ୍ଡେସନର ଅବୈତନିକ ଆମ୍ବାସଡ଼ର ଭାବରେ ମଧ୍ୟ ନିଯୁକ୍ତି ପାଇଛନ୍ତି  । ଆଗାମୀ ଦିନରେ ସେ ଓଡ଼ିଶାରେ ଗାନ୍ଧୀଙ୍କ ବାର୍ତା ପ୍ରଚାର କରିବେ ବୋଲି କହିଛନ୍ତି ।

ଋିପୋର୍ଟ -ଦର୍ଶନ ବେହେରା
D Bhera
Bari News

Blog Archive

Popular Posts