Breaking News

ଡେଲାଙ୍ଗ ବିଜେପି ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ଦାବୀ ପତ୍ର


D Senapati
Delang news
ଡେଲାଙ୍ଗ------ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମ ପରିବର୍ତ୍ତନ କରି ମିଛ ବିଜ୍ଞାପନ ଦେଇ ଆଦର୍ଶ ସଙ୍ଗୀୟ ବ୍ୟବସ୍ଥାକୁ ଉଲଙ୍ଗନ କରୁଥିବା ବିରୋଧରେ ଡେଲାଙ୍ଗ  ବିଜେପି ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ  ବିଡିଓଙ୍କ ଜରିଆରେ ଦୁଇପୁଷ୍ଠା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।  ବିଜେପିର ଯୁବ ନେତା ଆଶ୍ରିତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବ୍ଳକ ପର୍ଯ୍ୟନ୍ତ ଯାଇଥିଲା  । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ଅର୍ଥକୁ ରାଜ୍ୟ ସରକାର କିପରି ନାମ ପରିବର୍ତ୍ତନ କରି ନିଜ ନାମରେ କରିବା ସହ ଗରିବ, ଅସହାୟ ଲୋକଙ୍କୁ ଭଣ୍ଡାଇ ଚାଲିଛନ୍ତି ସେ ସମ୍ପର୍କରେ ଆଲେଚନା କରାଯାଇଥିଲା  । ସେହିପିର ବାତ୍ୟାରେ ଡେଲାଙ୍ଗରେ ବ୍ୟପାକ କ୍ଷୟକ୍ଷତି ହୋଇଥିଲା  । ମାତ୍ର ପକୃତ ଘରଭାଙ୍ଗିଥିବା ଲୋକମାନଙ୍କର ନାମ ନଥିବା ଜଣାପଡିଛି ।  ଘରଭଙ୍ଗା ତାଳିକା ଦଳୀୟ ଭାବରେ କରାଯାଇଛି ବୋଲି ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ଡେଲାଙ୍ଗ ତହସିଲଦାରଙ୍କୁ ଦିଆଯାଇଥିବା ଜଣାପଡିଛି । ମୁନିଦା ଗ୍ରାମ ପଞ୍ଚାୟତର ସରପଞ୍ଚ ଦୁର୍ଗା ଚରଣ ରାଉତରାୟ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୁରଥ ପାଇକରାୟ, ପୁର୍ବତନ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ ଓ ପ୍ରମୋଦ କୁମାର ପାତ୍ରଙ୍କ ଶହ ଶତାଧିକ ପୁରୁଷ ମହିଳା ବିଜେପି କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts