ଅଙ୍ଗନୱାଡି ଖାଦ୍ୟରୁ ବାହାରିଲା ଝିଟିପିଟି
ହାଟଡ଼ିହି---- ହାଟଡିହି ବ୍ଲକ ଢ଼େଙ୍କା ୧ନଂ ଅଙ୍ଗନୱାଡି କେନ୍ଦ୍ରରେ ଖାଦ୍ୟରୁ ଝିଟିପିଟି ବାହାରିଛି । ଏହି ଖବରପାଇ ସମସ୍ତ ଅଭିଭାବକ ମାନେ ଅଙ୍ଗନୱାଡିରେ ପହଞ୍ଚି ୧୪ଜଣ ଶିଶୁଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ସମସ୍ତଙ୍କ ସ୍ୱାସ୍ଥ୍ୟପରୀକ୍ଷା କରିବାପରେ ଆବଶ୍ୟକ ଔଷଧପତ୍ର ଦେଇ ଘରକୁ ପଠାଇ ଦେଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଅଙ୍ଗନୱ।ଡି କେନ୍ଦ୍ରରେ ଆଜି ଛୁଆ ମାନଙ୍କ ପାଇଁ ରୋଷେଇ କରାଯାଇଥିଲା । ଛୁଆ ମାନଙ୍କୁ ଖାଦ୍ୟ ଦେବା ବେଳେକୁ ଜଣେ ଛାତ୍ରର ଖାଦ୍ୟରେ ଝିଟିପିଟି ବାହାରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋକୁଆ ଭାୟ ସୃଷ୍ଟି ହୋଇଥିଲା ।
ହାଟଡିହିରୁ ବିକାଶ ବି୍ଶ୍ୱାଳ
sakhigopal news
hatadihi news
odisha news
ହାଟଡିହିରୁ ବିକାଶ ବି୍ଶ୍ୱାଳ
sakhigopal news
hatadihi news
odisha news