 |
hatadhi News |
ହାଟଡ଼ିହି--- କେନ୍ଦ୍ର ସରକାର ରାସନକାର୍ଡ ସହିତ ଆଧାର ଲିଙ୍କ ବାଧ୍ୟତା ମୁଳକ କରିବାପରେ ଏବେ ଆଧାର ସଂଯୋଗ କରିନଥିବା ହିତାଧିକାରୀ ମାନେ ଚଳିତ ମାସ ଠାରୁ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାକୁନେଇ ସବୁ ପଞ୍ଚାୟତରେ ଅସନ୍ତୋଷ ଦେଖାଦେଇଛି । ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ୧୨ ଶହ ପରିବାର ଚାଉଳ ପାଇବାରୁ ବଞ୍ଚିତ ହୋଇଥିବାବେଳେ ହଦଗଡ ପଞ୍ଚାୟତରେ ୨୨ଶହ ପରିବାର ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ଆଧାର ସଂଯୋଗ ପାଇଁ ସେମାନଙ୍କୁ ଜଣାଯାଇ ନଥିବା କିଛି ହିତାଧିକାରୀ କହୁଛନ୍ତି । ବାଲିବରେଇ ପଞ୍ଚାୟତର ଟୁନି ଜେନା କାର୍ଡ ନଂ ୧୮୦୭୦୫୧୦୩୧୮ ହୋଇଥିବାବେଳେ ସେ ନିୟମିତ ଚାଉଳ ପାଇ ଆସୁଥିଲେ । କିନ୍ତୁ ଚଳିତମାସ ଚାଉଳ ପାଇଁ ଗଲାବେଳକୁ ତାଙ୍କ ନାମ ନଥିବା ଜାଣିବାକୁ ପାଇବାପରେ ଆଜି ବ୍ଲକ କାର୍ଯ୍ୟାଳୟକୁ ଆସି ଆଧାର ସଂଯୋଗ କରିବାପାଇଁ ଆବେଦନ କରିଛନ୍ତି । ସେହିପିର କେତେକ ହିତାଧିକାରୀ ପୁର୍ବରୁ ଆଧାର ସଂଯୋଗ ପାଇଁ ଦେଇଥିଲେବି ତାଙ୍କ ନାମକୁ ଆଧାର ସଂଯୋଗ କରାଯାଇ ନାହିଁଁ । ଏପରିକି ଅନେକ ବୃଦ୍ଧବୃଦ୍ଧାଙ୍କ ଅଙ୍ଗୁଳି ଛାପ ଆସୁ ନଥିବାରୁ ସେମାନେ ମଧ୍ୟ ବାଦ ପଡିଛନ୍ତି । ପୁର୍ବରୁ ଏହି ପଞ୍ଚାୟତର ୪୧ଜଣଙ୍କ ରେସନକାର୍ଡ ବ୍ଲକ ହୋଇଯାଇଥିବାବେଳେ ଚଳିତମାସ ୧୬୬୨ ହିତାଧିକାରୀ ବାଦ ପଡିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏମାନେ ଅତ୍ୟନ୍ତ ଗରିବ ଓ ଦିନମଜୁରିଆ ହୋଇଥିବା ବେଳେ ଚଳିତମାସ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଆଦିବାସୀ ଅଧ୍ୟୁଷିତ ହଦଗଡ ପଞ୍ଚାୟତରେ ସର୍ବାଧିକ ୨୨ଶହ ହିତାଧିକାରୀ ଆଧାର ସଂଯୋଗ କରିନଥିବାରୁ ଚଳିତମାସ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନେ ଆଧାର ସଂଯୋଗ ବାବଦରେ ଜାଣି ନଥିବାରୁ ଆଧାର ସଂଯୋଗ କରିପାରି ନାହାନ୍ତି ବୋଲି କହିଛନ୍ତି । ଅନ୍ୟ ପଟେ ୯୦ଭାଗ ଆଧାର ସଂଯୋଗ ସରିଛି ବୋଲି ଯୋଗାଣ ଅଧିକାରୀ ଶ୍ୟାମ ମାଝୀ କହିଛନ୍ତି । ଯେଉଁ ହିତାଧିକାରୀ ମାନେ ଏବେ ଆଧାର ସଂଯୋଗ କରିବେ ସେମାନେ ଆସନ୍ତା ମାସ ଠାରୁ ଚାଉଳ ପାଇବେ ବୋଲି ଶ୍ରୀ ମାଝି କହିଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ\n