ନିଲେଇପାଳିରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ
ବରଗଡ଼------ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ନିଲେଇପାଳି ଖେଳପଡ଼ିଆରେ ବୀଣାପାଣି ଯୁବକ ସଂଘର ଆନୁକୂଲ୍ୟରେ ୨୫ତମ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଫୁଟବଲ ଦଳ ଯୋଗଦେଇଥିଲେ। ଏହି ଉଦଘାଟନୀ ଉତ୍ସବ ସଭାରେ ବୀଣାପାଣି ଯୁବକ ସଂଘର ସଭାପତି ଲୋକେଶ୍ୱର ପ୍ରଧାନ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଲହଣ୍ଡା ସରପଞ୍ଚ ଉର୍ମିଳା ବେହେରା ଯୋଗଦେଇଥିବାବେଳେ, ସମ୍ବାନୀତ ଅତିଥି ଗୋଡ଼ଭଗା ସରପଞ୍ଚ କମଳା କାନ୍ତ, ସିଲେଟ ସରପଞ୍ଚ ଦୟାସାଗର ନେଗୀ,ନିଲେଇପାଳି ଗ୍ରାମର କମିଟି ସଭାପତି ଲମ୍ବୋଦର ପ୍ରଧାନ,ସଂପାଦକ କୃପାସିନ୍ଧୁ ଭୋଇ ମଞ୍ଚସିନ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ପ୍ରଥମେ ସ୍ଥାନୀୟ ହନୁମାନ ମନ୍ଦିର ମଶାଲ ପୂଜା କରି ଗାଁଭ୍ରମଣ କରି ଅତିଥି ମାନଙ୍କୁ ପାଛୋଟି ନେଇ ସେମାନଙ୍କ ଦ୍ବାରା ଶୁଭ ଉଦଘାଟନ କରାଯାଇଥିଲା । ଅନୁଷ୍ଠାନ ର ସଂପାଦକ ରୁଷଭ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରଥମ ମ୍ୟାଚ ରାୟଗଡା ସହିତ ରାଉଲକେଳା ସହିତ ଖେଳ ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ସହିତ ସାରସମାଲ,ବେଳପାହଡ଼ ସହିତ ସୋନପୁର, ପଦ୍ମପୁର ସହିତ ଆଦିତ୍ୟ ବିର୍ଲା ଦଳମାନଙ୍କ ଖେଳ ଏବେ ଜାରି ରହିଛି ଓ ଖେଳବହୁତ ରୋମାଂଚିତ ହେବ ବୋଲି ଅନୁମାନ କରାଯାଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ