Breaking News

ବରୀ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ


D Behera
bati News
ବରୀ------ରାମଚନ୍ଦ୍ରପୁର ଠାରୁ ରାଜାତୋଟା ଗ୍ରାମ୍ୟରାସ୍ତାକୁ ପ୍ରସ୍ତତିକରଣ  ନିମନ୍ତେ  ଓ ଜବର ଦଖଲକାରୀଙ୍କୁ ଉଛେଦ କରିବା ପାଇଁ ବାଲିବିଲି ଓ ଅଲ୍ଲିପୁର ପଞ୍ଚାୟତ ବାସୀମାନେ ସୋମବାର ଦାବୀ ପତ୍ର ବରୀ ଅତିରିକ୍ତ ତହସିଦାରଙ୍କୁ  ଦେଇଛନ୍ତି । ପ୍ରକାଶ ଥାଉକି ଉକ୍ତ ରାସ୍ତାଟି ଜାରକା ପୃର୍ତ୍ତ ଓ ଗୃହ ବିଭାଗ ଅଧିନରେ ରହିଛି । ବରୀ-ବାଲିବିଲି ଏବଂ ବଣବାବାଜୀ- କାଇପଡ ପ୍ପୃର୍ତ୍ତ ଓ ଗୃହ ବିଭାଗ ରାସ୍ତାଟି ବରୀ ବ୍ଲକ ଠାରୁ ରାଜାତୋଟା ପର୍ଯ୍ୟନ୍ତ ୨ଟି ପଞ୍ଚ।।ୟତ ମଧ୍ୟ ଦେଇ ଗତି କରିଛି । ଏହି ରାସ୍ତା ଉପରେ ବାଲିବିଲି,ଅନ୍ୟାସୀପୁର, ଭବାନୀପୁର,ଅଲ୍ଲ୍ିପୁର,ରାଜା ତୋଟା,ମନ୍ଦାରୀ,କଳାମାଟିଆ.ସେରପୁର,ଗମ୍ମୁ ଲୋକମାନେ ଦୈନଦିନ ଯାତାୟତ କରିଥାନ୍ତି । ଉକ୍ତ ରାସ୍ତାଟି  ରାଜାତୋଟାରୁ କଟକକୁ ଯିବା ଆସିବାର ମୁଖ୍ୟ ରାସ୍ତା  । ଏହି ରାସ୍ତା ଦେଇ ଲୋକମାନେ ମୁଖ୍ୟତ ବରୀବ୍ଲକ,ତହସିଲ,ବରୀ ସ୍ୱାସ୍ଥ୍ୟକେନ୍ଦ୍ର,ବିଦ୍ୟାଳୟ, ମହାବିଦ୍ୟାଳୟ, ପଶୁ ଚିକିତ୍ସାଳୟ,ବରୀଥାନା,ଅଗ୍ନି ନିର୍ବାପକ,ବ୍ୟାଙ୍କ, ଉଲେକ୍ଟ୍ରି ଅଫିସ,.ରେଷ୍ଟ୍ରୀ ଅଫିସ ଓ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳକୁ ଯାତାୟତ କରିଥାନ୍ତି । କିନ୍ତୁ ଦୁଃଖର ବିଷୟ କିଛି ଅସାମାଜିକ ବ୍ୟକ୍ତି ଦୀର୍ଘ ଦିନ ହେବ ରାସ୍ତାର ଉଭୟ ପାଶ୍ୱର୍କୁ ଜବର ଦଖଲ କରି ରଖିଛନ୍ତି । ଯାହାଫଳରେ ଜରୁରୀକାଳିନ ପରିସ୍ଥିତିରେ ଆମ୍ବୁଲାନ୍ସ ଗାଡି ଠିକ୍ ସମୟରେ ନ ପହଞ୍ଚିବା ରୋଗୀ ମୃତ୍ୟୁ ମୁଖରେ ପଡିଥାଏ । ଅଗ୍ନି ନିୟତ୍ତ୍ରଣ ଗାଡି  ସେବାରେ ଅସୁବିଧାନ ସମ୍ମୁଖିନ ହୋଉଛି  । ଏହା ଛଡା ସାଧାରଣ ଗାଡି,ଟ୍ରକ,ବସ, ଅଟ୍ରୋ ଯିବା ଆସିବାରେ ବ୍ୟାଘାତ ସୁଷ୍ଟି ହୋଇଥାଏ । ରାସ୍ତାଟି ଅଣଓସାରିଆ ରହିଥିବାରୁ ବିଭିନ୍ନ ସମୟରେ ଛୋଟ ବଡ ଦୃର୍ଘଟଣାମାନ ଘଟିଥାଏ । ସରକାରଙ୍କର ତରଫରୁ  ରାସ୍ତା ପ୍ରସ୍ତତିକରଣ ଯୋଜନା ର ନିୟମ ରହି ଥିଲେ ମଧ୍ୟ ଏହି ରାସ୍ତାରେ  ତାହା କାର୍ଯ୍ୟକାରି ହେଉନାହିଁ । ଜବର ଦଖଲ କାରୀମାନେ ଏ ପରି ବେଆଇନ ଭାବେ ରାସ୍ତାକୁ ମାଡ ବସି ନିଜ ସ୍ୱାର୍ଥରେ ଲଗାଉ ଥିବାରୁ ସାଧାରଣରେ ଦିନକୁ ଦିନ ଘୋର ଅସନ୍ତୋଷ ପ୍ରକାଶ ପାଇଛି  । ରାସ୍ତା  ଉଭୟ ପାର୍ଶ୍ୱରେ ଜବର ଦଖଲ କାରୀମାନେ ବାଡ ବୁଝିବା, ମାଟି ପକାଇବା,ବିଭିନ୍ନ ଗଛ ଲଗାଇବା ଓ ଗୃହପାଳିତ ପଶୁମାନଙ୍କୁ ବାନ୍ଧିଥିବା ଯୋଗୁ ରାସ୍ତାରେ  ଯାନବାହାନ ଚଳାଚଳରେ ଘୋର ଅସୁିବିଧା ହେଉଛି  । ଜବର ଦଖଲ କାରୀଙ୍କର ଜିଦ ଖୋର ମନଭାବ ଆଗାମୀ ଦିନରେ ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ  ବହୁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ରସ୍ତାର ଦୂରାବସ୍ଥାକୁ ତଦନ୍ତ କରି ତୁରନ୍ତ  ସ୍ଥାୟୀ ସମାଧାନ କରିବାକୁ  ସ୍ଥାନୀୟ ପଞ୍ଚାୟତବାସୀ ମାନେ ତହସିଲଦାରଙ୍କୁ ଏହାର ପ୍ରତିକାର ନିମନ୍ତେ  ଶତାଧିକ ଲୋକଙ୍କ ଦସ୍ତଖତ ଥିବା ପତ୍ର ପ୍ରଦାନ କରିଛନ୍ତି ।  ଅବସରପ୍ରାପ୍ତ ଶିକ୍ଷାବିତ୍ତି ବୃନ୍ଦାବନ ସାମଲ,ଅକ୍ଷୟ କୁମାର ସାମଲ,ଅବସରପ୍ରାପ୍ତ ବନ ବିଭାଗ କର୍ମୀ ବୃନ୍ଦାବନ ସାମଲ,ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ପରିଡା,ବୟୋଜେଷ୍ଠ ବିଶ୍ୱମ୍ବର ନାଥ,ମନ୍ଦନ ମୋହନ ପତି,ନିର୍ମଳ ଚନ୍ଦ୍ର ଦାସ,କୃଷ୍ଣ ଚନ୍ଦ୍ର ପାତ୍ର,ଅଶୋକ କୁମାର ନାଥ ,ଲକ୍ଷ୍ମୀ ନାରାୟଣ ପତି,ଦେବନ୍ଦ୍ର କୁମାର ପତି,ସୂର୍ଯ୍ୟମଣି ସାମଲ,ବିରଞ୍ଚି ନାରାୟଣ ପତି,ଅମର ବେହେରା, ଓ ସାମଜିକ ଅନୁଷ୍ଠାନ ମାନ ଉପସ୍ଥିତ ରହିଥିଲେ  ।

 ବରୀରୁ  ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts