ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ଜଣ ପଂଚାୟତ ଅଧିକାରୀ ନିଳମ୍ବିତ ।
କୋରେଇ ----- ସରକାରୀ କାର୍ଯ୍ୟରେ ଅବହେଳା, ଦାୟିତ୍ୱ ହସ୍ତାନ୍ତର ନ କରିବା, ବ୍ଲକର ବୈଠକରେ ଯୋଗ ନଦେବା ଇତ୍ୟାଦି ଅଭିଯୋଗରେ କୋରେଇ ବ୍ଲକର ୧୦ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇ ଥିବା ଜଣାପଡିଛି । ବୁଧବାର ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଥିବା କୋରେଇ ବ୍ଲକ ବିଡ଼ିଓଙ୍କ ଠାରୁ ସୁଚନା ମିଳିଛି । ସେମାନେ ହେଲେ କୋରେଇ ବ୍ଲକର ମଦନ ମୋହନ ପ୍ରଧାନ, ଜଗନ୍ନାଥ ମାଝି, ଯାଜପୁର ବ୍ଲକର ଲକ୍ଷ୍ମୀଧର ଦାସ, ସୁବାସ ସାମଲ, ବଡଚଣା ବ୍ଲକର ଦେବେନ୍ଦ୍ର ପୁହାଣ, ସିଦ ମୁଣ୍ଡୁରୀ, ଦାନଗଦୀ ବ୍ଲକ୍ର ଅର୍ଜୁନ ଚରଣ ବରାଳ, ରାମଚନ୍ଦ୍ର ଦାସ, ସୂର୍ଯ୍ୟମଣୀ ପଟ୍ଟନାୟକ ଓ ଉମେଶ ଚନ୍ଦ୍ର ସେଠୀ କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଛି । ନିଳମ୍ବନ ସମୟରେ ସେମାନେ ହେଡକ୍ୱାଟର ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଯାଜପୁର କାର୍ଯ୍ୟାଳୟକୁ ସଂଯୋଗ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ରିପୋର୍ଟକୁ ଭିତିକରି ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଧୀରେନ୍ଦ୍ର ସେନାପତି