Breaking News

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରିୟ ବିଶେଷଜ୍ଞ ଦଳ


କୋଣାର୍କ--- ସଂରକ୍ଷଣ ଅଭାବରୁ ସମ୍ପ୍ରତି ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଥିବା ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର ଏବେ ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି । ଜଗମୋହନର ଗର୍ଭରେ ୧୯୦୨ମସିହାରେ ଭର୍ତ୍ତି କରାଯାଇଥିବା ବାଲିର ଘନତ୍ୱ ବୃଦ୍ଧିପାଇ ତଳକୁ ଦବିଯିବା ଫଳରେ ଜଗମୋହନର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ମନ୍ଦିର ଗାତ୍ରରୁ ପଥର ଖସିବା ଜାରି ରହିଥିବା ବେଳେ ମନ୍ଦିର ଚୂଡାରୁ ପାଦଦେଶ ପର୍ଯନ୍ତ ବିଭିନ୍ନ ସ୍ଥାନରେ ଲୁହା ପାଇପ ଭାରାକୁ ଦେଖିଲେ ମନ୍ଦିରର ସ୍ଥାୟିତ୍ୱ ପ୍ରତି ଆଶଙ୍କା ସୃଷ୍ଟି ହେଉଛି । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବର ଖବର ପ୍ରଶାରଣ ପରେ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ତôତପରତା ପ୍ରକାଶ କରିଛି । ପୂର୍ବ ଏସିଆର ଏକମାତ୍ର ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ସୂରକ୍ଷା ଓ ସଂରକ୍ଷଣ ଦାୟୀତ୍ୱ ନେଇଥିବା ଏଏସଆଇର ଅଧିକାରୀ ଏବଂ  ସିବିଆରଆଇର ବିଶେଷଜ୍ଞ ଦଳ ଗତ ମଙ୍ଗଳବାର ମନ୍ଦିରର ବିଭିନ୍ନ ସ୍ଥାନରେ ଥିବା ସମ୍ବେଦନ ଶିଳ ଅଞ୍ଚଳର ସ୍ଥିତି ଓ ପାରିପାଶ୍ୱର୍ିକ ଅବସ୍ଥା ଅନୁଧ୍ୟାନ କରିଛନ୍ତି । ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ସ୍ଥିତି ଅନୁଧ୍ୟାନ ନିମନ୍ତେ ସରକାରଙ୍କ ପକ୍ଷରୁ ନିଯୁକ୍ତ କେନ୍ଦ୍ରୀୟ ବିଲିଡିଙ୍ଗ ରିସର୍ଚ ସେଣ୍ଟରର ବରିଷ୍ଟ ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ ଏକ ତିନିଜଣିଆ ବିଶେଷଜ୍ଞ ଦଳ ମନ୍ଦିରର ଗର୍ଭଗୃହର ସ୍ଥିତି ଅନୁଧାନ କରିବା ସହ ମନ୍ଦିର ଭିତର ଓ ବାହାର ପାଶ୍ୱର୍ ଯାଞ୍ଚ କରିଥିଲେ । ମନ୍ଦିର ପରିଷରରେ ଥିବା ଆଠଗୋଟି ବିପଦ ସଙ୍କୁଳ ସ୍ଥାନ ଚିହ୍ନଟ କରାଯାଇ ସେହି ସମ୍ବେଦନଶିଳ ସ୍ଥାନ ମାନଙ୍କରେ ଲୁହା ବିମ ଲଗାଯାଇ ମନ୍ଦିରକୁ ସୁରକ୍ଷିତ ରଖାଯିବ ବୋଲି ବିଶେଷଜ୍ଞ ଦଳ ପରିଦର୍ଶନ ସମୟରେ ପ୍ରକାଶ କରିଥିଲେ । ଏହି ବିଶେଷଜ୍ଞ ଦଳ ସହ ଏଏସଆଇର ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ ଉପସ୍ଥିତ ଥିଲେ । ସୂର୍ଯ୍ୟ ମନ୍ଦିରର ଗର୍ଭଗୃହ ଓ ପାରିପାଶ୍ୱର୍ିକ ଅବସ୍ଥାର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ଏହି ବିଶେଷଜ୍ଞ ଦଲର ରିପୋର୍ଟ ଏଏସଆଇ ମହାନିର୍ଦ୍ଧେଶକଙ୍କୁ ପ୍ରଦାନ କରିବା ପରେ ବିଭାଗୀୟ ନିର୍ଦ୍ଧେଶ ଅନୁଯାଇ ମନ୍ଦିରର ସଂରକ୍ଷଣ କାର୍ଯ୍ୟ କରାଯିବ ବୋଲି ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।

କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts