Breaking News

ସତ୍ୟବାଦୀରେ ଶ୍ରୀରାଧା ଜନ୍ମ ମହୋତ୍ସବ ପ୍ରଥମ ଦିବସ


  ସାକ୍ଷୀଗୋପାଳ ----- ସିଂହଦ୍ୱାର ଭଜନ କମିଟି  ସାକ୍ଷୀଗୋପାଳଙ୍କ ଦ୍ୱାରା  ମା ଶ୍ରୀ ରାଧାଙ୍କ ଜନ୍ମ ମହୋତ୍ସବ ସାକ୍ଷୀଗୋପିନାଥ ମନ୍ଦିର ସମ୍ବୁଖରେ ପାଳନ କରାଯାଉଅଛି  । ଏହା ତିନିଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶୁକ୍ରବାର ଦିନ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ ।  ଏହି ଅବସରରେ ପ୍ରଥମ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା   । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ସୁକାନ୍ତ ସମାନ୍ତରାୟ, ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଭାପତି ସିଦ୍ଦେଶ୍ୱର ପ୍ରସାଦ ପଟ୍ଟନାୟକ,  ସେବାୟତ ସଂଘର ସମ୍ପାଦକ ଦିବାକର ମହାପାତ୍ର, ବିଜୟ ମହାପାତ୍ର ଓ ପି କେ ପଣ୍ଡା  ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ  । ପୁରୀର ଚାରୁ ନୁର୍ତନ କଳା କେନ୍ଦ୍ରର ଗୁରୁ ବିବେକ ମହାନ୍ତିଙ୍କ ନିର୍ଦ୍ଦେଶନାରେ   ଅନୁଷ୍ଠାନର ଛାତ୍ରୀ ମାନେ  ଓଡିଶୀ ନୃତ୍ୟ, ଦୁର୍ଗା  ତାଣ୍ଡବ, ଭଜନ ନୃତ୍ୟ, ରାଧା କୃଷ୍ଣ ରାସ,  ପରିବେଷଣ କରିଥିଲେ  । ଗୁରୁ     । ପରେ ପରେ ମ୍ୟାଜିକ ଶୋ, ସଙ୍ଗୀତ ସନ୍ଧ୍ୟା ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା   । ସେହିପରି  ସାକ୍ଷୀଗୋପାଳ ମନ୍ଦିରକୁ ନେଇ ସତ୍ୟବାଦୀର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି  । ପଟଚିତ୍ର ଶିଳ୍ପୀଗୁରୁ ବିଶ୍ୱନାଥ ସେଠୀ, ଶିଳ୍ପୀଗୁରୁ ନିଳମଣି ଜେନା ଓ ଶିକ୍ଷକ ଦୁଖିଶ୍ୟାମ ମଲିକ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିବା ବେଳେ ଆଲେକ ଖୁଣ୍ଟିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଓଡିଆ ସିନୋ ଷ୍ଠାର ବିଶ୍ୱରୂପ ଯୋଗଦେଇଥିଲେ  ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts