Breaking News

ଡେଲାଙ୍ଗ ପଞ୍ଚାୟତ ସମିତିର ଚତୁର୍ଥ ବୈଠକ ; ; ପରିବେଷକୁ ସୁରକ୍ଷା ଯୋଗାଇଦିଅ, ସେ ତମକୁ ସୁରକ୍ଷା ଯୋଗାଇ ଦେବ --- ବିଧାୟକ ଶ୍ରୀ ମହାରଥୀ


 ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ବିଜୁ ପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠ ପରିସରରେ ଶୁକ୍ରବାର ଦିନ ଚତୁର୍ଥ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷ ପ୍ରସନ୍ନ ସାହୁ ସଭାପତିତ୍ୱ କରିଥିବା ବେଳେ ବିଧାୟକ ପ୍ରଦୀପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  । ବିଡିଓ କ୍ଷୀରୋଦ ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ ବୈଠକଟିକୁ  ପରିଚାଳନା କରିଥିଲେ  । ବ୍ଳକ ପଞ୍ଚାୟତ ସମ୍ପସାରଣ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପୂର୍ବ ବୈଠକ ବିବରଣୀ ପଠନ କରିଥିଲେ  । ପୂର୍ବ ବୈଠକ ସମ୍ପର୍କରେ କେତେକ କଥାକୁ ନେଇ ଗୃହରେ ଆଲେଚନା କରିବା ପରେ ଦୃଢ଼ୀକରଣ କରାଯାଇଥିଲା  । ବିଶେଷ କରି ପଞ୍ଚାୟତ ସମିତି ବୈଠକ ଆରମ୍ଭରୁ ଆମ ଗାଁ ଆମ ବିକାଶ ଯୋଜନା ଓ ତିତିଲି ସମୟରେ ଆସିଥିବା ଅର୍ଥ ଓ ପ୍ରକଳ୍ପ ସମ୍ପର୍କେ ଜାଣିବା ପାଇଁ ଚାହିଁଥିଲେ  ।  । ଏପରିକି  କେତେକ ଯାଗାରେ ଉକ୍ତ ପ୍ରକଳ୍ପ ମଞ୍ଜୁର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କାହିଁକି କରାଯାଉନାହିଁ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ସରପଞ୍ଚଙ୍କୁ ପଚାରିଥିଲେ  । ବ୍ଳକର ସହକାରୀ ଯନ୍ତ୍ରୀ ଅଜୟ କୁମାର ପ୍ରଧାନ ଗୃହରେ ସୁଚନା ଦେଇଥିଲେ ୨୨୬ଟି ପ୍ରକଳ୍ପ ଆସିଥିଲା  । ସେଥିମଧ୍ୟରୁ ୧୨୦ଟି ପ୍ରକଳ୍ପ କାର୍ଯ୍ୟ ସରିଛି । ୨୬ଟି କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଥିଲେ  । ଅବଶିଷ୍ଟ ପ୍ରକଳ୍ପ ଗୁଡିକ କ’ଣ ପାଇଁ ହୋଇ ପାରୁନାହିଁ ବୋଲି ଜାଣିବାକୁ ଚାହିଁଥିଲେ  । ଶେଷରେ ବିଡିଓ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏହାର ଦାୟତ୍ୱ ନେଇ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ  । ପରେ ପରେ ପାନୀୟ ଜଳ ସମ୍ପର୍କରେ ଆଲେଚନା ହୋଇଥିଲା  । ଧାନକେରା ଗ୍ରାମ ପଞ୍ଚାୟତ ନଇକୂଳ ପାଟଣା ଗ୍ରାମରେ ପାଣି ଲୁଣିଆ ଏଣୁ ସେଠାରେ ଏକ ଫିଲଟର ବସାଯିବା ପାଇଁ ଗତ ବୈଠକରେ ସ୍ଥିର କରାଯାଇଥିଲା  । ମାତ୍ର ଆଜି ପର୍ଯ୍ୟନ୍ତ ହୋଇନଥିବାରୁ ବିଧାୟକ ଶ୍ରୀ ମହାରଥୀ ବିରକ୍ତି ପ୍ରକାଶ ହୋଇଥିଲେ  । ସେହିପରି ଗୋଡିପୁଟ ମାଟିଆପଡା ସରପଞ୍ଚ ଦମୟନ୍ତୀ ନିଶଙ୍କ, ଜେନାପୁର ସମିତିସଭ୍ୟ ପ୍ରଭାତ ଜେନା, ଗୁଆଳିପଡା ସମିତିସଭ୍ୟ ବାସୁଦେବ ଜେନା, ସରପଞ୍ଚ କାଳନ୍ଦୀ ଜେନା, ଧାନକେରା ସରପଞ୍ଚ ପ୍ରସନ୍ନ ଜେନା,. ମୁନିଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗାଚରଣ ରାଉତରାୟ, ଚାଇଁପୁର ଦାୟତ୍ୱରେ ଥିବା ନାଏବ ସରପଞ୍ଚରଶ୍ମିତା ବେହେରା ପ୍ରମୁଖ ପାନୀୟ ଜଳ ଯୋଗାଣ ସମ୍ପର୍କେ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ  । କଠିନ ବାର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କେ ଆଲେଚନା କରାଯାଇଥିଲା  । ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ତୁରନ୍ତ ଶେଷ କରିବା ପାଇଁ ଆଲେଚନା କରାଯାଇଥିଲା  । ବ୍ଳକରେ ଅଙ୍ଗନସ୍ୱାଡି କେନ୍ଦ୍ର ଗୃହ ନିର୍ମାଣର ଅଗ୍ରଗତି କରିବା ପାଇଁ ବିଧାୟକ ସହକାରୀ ଯନ୍ତ୍ରୀ , ବିଡିଓ ଓ ଅଧ୍ୟକ୍ଷଙ୍କୁ ଦାୟତ୍ୱ ଦିଆଯାଇଥିଲା  । ସେହିପରି ପ୍ରତି ପଞ୍ଚାୟତରେ ଆଲେକୀକରଣ କରିବା ସହ ସୋଲାର ଲାଇଟି ଲଗାଯିବା ପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା  । ବିଦ୍ୟୁତ ବିଭାଗର ଅଧିକାରୀ ମାନଙ୍କ ସହ ଆଲେଚନା କରି ତୁରନ୍ତ ଖରାପ ହୋଇ ପଡିରହିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡିକକୁ ବିଦ୍ୟୁତ ସଂଯୋଗ କରିବା ପାଇଁ  ଅଧ୍ୟକ୍ଷ ଏହାର ଦାୟତ୍ୱ ଦିଆଯାଇଥିଲା  ।  ଉଦ୍ୟାନ ବିଭାଗ ବ୍ଳକ କାର୍ଯ୍ୟାଳୟ ପରିସରରେ କରାଯିବା ପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା  ।  ଶେଷରେ ଦଳମତ ନିର୍ବି ଶେଷରେ ଡେଲାଙ୍ଗ ବ୍ଳକୁ ଜିଲ୍ଲାରେ ଏକ ନମ୍ବର ଭାବେ ଗଡି ତୋଳିବା ପାଇଁ ବିଧାୟକ ସମସ୍ତ ଜନପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ସ୍ୱାପ୍ନା ବଳବନ୍ତରାୟ , ଜିଲ୍ଲା ପରିଷଦସଭ୍ୟ ଦେବାଶିଷ ନନ୍ଦ, ମଳୟ କୁମାର ମହାନ୍ତି ,ପୁଷ୍ପାଞ୍ଜଳି ସାମଲ. ଏବିଡିଓ ପ୍ରଦୀପ୍ତ ନାୟକ, ଯୋଗାଣ ବିଭାଗର ଅଧିକାରୀ ଲିପିସା ରାଉତ, ସିଡିପିଓ କାମିନୀ ପ୍ରଭା ସ୍ୱାଇଁ, ବ୍ଳକର ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ  । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts