Breaking News

ଶିକ୍ଷା ନିକେତନ ତରଫରୁ ନନ୍ଦ ଉତ୍ସବ ପାଳନ

ବାଲିଗୁଡା   --------କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ନିକେତନ ପରିସର ମଧ୍ୟରେ  ନନ୍ଦ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ଏହି ଅବସର ରେ ସ୍ଥାନୀୟ ମା'ବରାଳଦେବୀ ମନ୍ଦିର ନିକଟରୁ ଯଥାରୀତି ଅନୁସାରେ ପୂଜା ଵିଧି କରାଯାଇ  ଥିଲା ।  ୫୦ ରୁ ଉର୍ଦ୍ଧ କୁନି କୁନି ଛାତ୍ର ଛାତ୍ରୀ ମାନେ କୃଷ୍ଣ, ବଳରାମ, ରାଧା ଓ ସୁଦାମା ଭଳି ବିଭିନ୍ନ ବେଶ ରେ ବାହାରି ହରେ ରାମ ହରେ କୃଷ୍ଣ ନଦିଆ କିତନ ର ତାଳେ ତାଳେ ସମଗ୍ର ସହର ପରିକ୍ରମା କରିଥିଲେ ।  ପରେ ଶ୍ରୀ ଜଗନ୍ନାଥ ମନ୍ଦିର କୁ ଯାଇ ସମସ୍ତେ ଦର୍ଶନ କରି ବିଦ୍ୟାଳୟ କୁ ଯିବା ସମୟରେ ରାସ୍ତା ତମାମ ବେଶ ଧାରୀ ଛାତ୍ର ଛାତ୍ରୀ ମାନଙ୍କୁ ମା'ମାନଙ୍କ ଦ୍ୱାରା ବନ୍ଦାପନା କରାଯାଇଥିଲା  । ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଭାପତି ରାଜ କିଶୋର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଏକ ସଭା ର ଆୟୋଜନ କରାଯାଇଥିଲା l ଏଥିରେ ଶିକ୍ଷା ନିକେତନ ର ପ୍ରଧାନଶିକ୍ଷକ ପଞ୍ଚାନନ ସାହୁ, ରେଖାରାଣୀ ମହାପାତ୍ର ତଥା ସମସ୍ତ ଅଭିଭାବକ ଓ ଅଭିଭାବିକା,ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ  । ପରେ ପରେ ଅଭିଭାବକ ଓ ଅଭିଭାବିକା ତଥା ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଲବଣି ଚୋରୀ, ଦହି ହାଣ୍ଡି ଭଙ୍ଗା କୁଇଜ୍ ପ୍ରତିଯୋଗିତା  କରାଯାଇଥିଲା । ଏଥିରେ ଅତିଥି ତଥା ବିଚାରକ ଭାବେ ଏନଏସି ଅଧ୍ୟକ୍ଷା ମମତା ବେହେରା, ବିଭାଗ ର ମୁଖ୍ୟ ପରିଚାଳକ ଡ଼.ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଯୋଗ ଦେଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିଥିଲେ l ଏଥିରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ଶେଷରେ ପ୍ରଧାନଶିକ୍ଷକ ପଞ୍ଚାନନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
 କନ୍ଧମାଳରୁ  ମନୋଜ କୁମାର ପଣ୍ଡା
M k panda
Kandhamala News

Blog Archive

Popular Posts