 |
Sakhigopal news |
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଛକରେ ବୁଧବାର ଅପରାହ୍ନରେ ଏକ କାର ରୋଡ ଡିଭାଇଡର ଉପରେ ଚଡିଯାଇଥିଲା । ମାତ୍ର ଏଥିରେ କାହାରି କିଛି କ୍ଷତି ହୋଇନଥିବା ବେଳେ କାରଟିର ଆଗ ପଟ କିଛି ଅଂଶରେ ଭାଙ୍ଗିରୁଜି ଯାଇଥିବା ଜଣାପଡିଛି । ସୁଚନା ଯୋଗ୍ୟ ଯେ ଏକ ମଟର ସାଇକେଲ ଆରୋହୀ ବ୍ଳକ ଛକ ନିକଟରେ ରାସ୍ତା ଉପରେ ଓଲଟି ପଡିଥିଲେ । ସେହି ସମୟରେ ଏକ କାର ସାକ୍ଷୀଗୋପାଳ ବାଇ ପାସ ଦେଇ ପୁରୀ ଅଭିମୁଖେ ଯାଉଥିଲା । ମଟର ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ କାର ଚାଳକ କୌଣସି ଉପାୟ ନ ପାଇ ଡାହଣ ପଟକୁ କାଟି ଦେଇଥିଲେ । ଯାହା ଫଳରେକି କାରଟି ରୋଡ ଡିଭାଇଡର ଉପରକୁ ଚଡିଯାଇଥିଲା । କାରଟିର ଗତି ଅଧିକ ଥିବାରୁ ଗାଡିଟି ରୋଡ ଡିଭାଇଡରରେ ମାଡ ହୋଇ ମଧ୍ୟ ଡିଭାଇଡର ଉପରେ ଚଡି ଯାଇଥିଲା । ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ହୋଇଯାଇଛି ବୋଲି ସ୍ଥାନୀୟ ଲୋକମାନେ କହନ୍ତି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମଟର ସାଇକେଲ ଓ କାରଟିକୁ ଥାନାକୁ ନେଇଥବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି