ମହିଳା ଗୋଷ୍ଠୀ ମାନଙ୍କୁ ମତ୍ସ୍ୟ ଚାଷ ସମ୍ବଳିତ ପ୍ରଶିକ୍ଷଣ ଶିବିର
ସାକ୍ଷୀଗୋପାଳ--- ସତ୍ୟବାଦୀ ଆତ୍ମା କାର୍ଯ୍ୟାଳୟ ସଭାଗୃହ ପରିସରରେ ବ୍ଳକ ସ୍ତରୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ନିମନ୍ତେ ପ୍ରଶିକ୍ଷଣ ଓ କ୍ଷେତ୍ର ପରିଦର୍ଶନ ଦିନିଆ ତାଲିମ ଶିବିରକୁ ବିଡିସ ସରୋଜ କୁମାର ଦତ୍ତ ମୁଖ୍ୟ ଅ୍ରତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅଧିକରୁ ଅଧିକ ସଂଖ୍ୟାରେ ମହିଳା ମାନେ ଏଥିରେ ସାମିଲ ହେବାକୁ ସେ ଆହ୍ୱନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଦେବେନ୍ଦ୍ର ବେହେରା ଜିଲ୍ଲା ମତ୍ସ୍ୟ ଅଧିକାରୀ ପୁରୀ, ଶୁଭଶ୍ରୀ ଦାସ ଅତିରିକ୍ତ ମତ୍ସ୍ୟ ଅଧିକାରୀ , କ୍ଷୀରୋଦ ଚନ୍ଦ୍ର ନାୟକ ବିଶ୍ୱ ମତ୍ସ୍ୟ ଗବେଷଣା ଓ ବିକାଶ ସଂସ୍ଥାର ମଣ୍ଡଳ ପରିଚାଳକ, ମାନସ ରଞ୍ଜନ ବେହେରା ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳ, ଆତ୍ମାର ସଭାପତି ବେବିଲାଲା ମିଶ୍ର , ଶୁବତ୍ର ପଟ୍ଟନାକୟ ସହକାରୀ ମତ୍ସ୍ୟ ଅଧିକାରୀ କୃଷ୍ଣପ୍ରସାଦ, ପ୍ରତାପ ସାମନ୍ତରାୟ ସତ୍ୟବାଦୀ ବ୍ଳକର ଜୁନିୟର ମତ୍ସ୍ୟ ଟେକେନସିଆନ ପ୍ରମୁଖ ଯୋଗଦେଇ ମତ୍ସ୍ୟ ଚାଷ କରିଲେ ସବୁଠାରୁ ଅଧିକ ଲାଭବାନ ହୋଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ । ଏହି ଶିବିରରେ ପାଣି ମିତ୍ର ଓ ସତ୍ୟବାଦୀ, ଡେଲାଙ୍ଗ, କଣାସ ସହିତ କୃଷ୍ଣପ୍ରସାଦ ବ୍ଳକର ୧୫ଟି ମହିଳା ଗୋଷ୍ଠୀର ସମ୍ପାଦିକା ଓ ସଭାନେତ୍ରୀ ମାନେ ଯୋଗଦେଇଥିଲେ । ଦ୍ବାରିକା ନାଥ ଦାସ ଡେଲାଙ୍ଗ ବ୍ଳକର ସହକାରୀ ମତ୍ସ୍ୟ ଅଧିକାରୀ ଶିବିରଟିକୁ ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି