ବିଦ୍ୟୁତ ଖୁଣ୍ଠ ମୁଳ କାମ ନିମ୍ନ ମାନର ; ଗ୍ରାମବାସୀ ଆଣିଲେ ଅଭିଯୋଗ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ମଉନେଇମଠ ଛକ ଠାରୁ ବୀରପୁରୁଷୋତ୍ତମପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତାରେ ଥିବା ସମସ୍ତ ବିଦ୍ୟୁତ ଖୁଣ୍ଠର ମୁଳ ଗୁଡିକ ଏବେ ସିମେଣ୍ଟ ଗୋଡି ଦ୍ୱାରା ଡଲେଇ ପକାଯାଉଛି । ନିୟମ ଅନୁସାରେ ମାଟି ଭିତରୁ ୨ ଫୁଟ ଓ ମାଟି ଉପରୁ ଦୁଇ ଫୁଟ. ଏକଫୁଟ ଚଉଡାରେ ଗୋଡି ସିମେଣ୍ଟ କାମ କରାଯିବା ପାଇଁ ନିୟମ ରହିଛି । ମାତ୍ର କାମ ନେଇଥବା ଠିକାଦାର ସଂସ୍ଥା ଏକମାତ୍ର ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟ ଗୁଡିକ ମୁଳରେ ନାମକୁ ମାତ୍ର ଗୋଡି ସିମେଣ୍ଟ ଦିଆଯାଉଥିବା ଅଭିଯୋଗ ମାନ ଆସୁଛି । ଏହା ପୁଣି ଅତି ନିମ୍ନ ମାନର କାମ କରାଯାଉଛି ବୋଲି ଗ୍ରାମାବସୀ ମାନେ କହନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ କୁହାଯାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଗ୍ରାମାବସୀ ମାନେ କହନ୍ତି । ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ କରି ଏହି କାମ କରୁଛନ୍ତି ତାହା ଲୋକମାନଙ୍କ କାମରେ ଆସିବ ନାହିଁ ବୋଲି ଗ୍ରାମବାସୀ ମାନେ କହନ୍ତି । ଏବେ ବିଦ୍ୟୁତ ଖୁଣ୍ଟଗୁଡିକ ସେହିପରି ବିପଦ ଅବସ୍ଥାରେ ରହିଛି ବୋଲି ଗ୍ରାମବାସୀ ମାନେ କହନ୍ତି । ତୁରନ୍ତ ଏ ଦିଗପ୍ରତି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଓ ଜିଲ୍ଲାପାଳ ତୁରନ୍ତ ନଜର ଦେବାକୁ ଜନସାଧାରଣରେ ଦାବି ହୋଉଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି