ମହିଳା ଗୋଷ୍ଠୀ ମାନେ ମତ୍ସ୍ୟ ଚାଷ ପାଇଁ କ୍ଷେତ୍ର ପରିଦର୍ଶନ କଲେ
ସାକ୍ଷୀଗୋପାଳ -------ସତ୍ୟବାଦୀ ଆତ୍ମା କାର୍ଯ୍ୟାଳୟ ସଭାଗୃହ ପରିସରରେ ବ୍ଳକ ସ୍ତରୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ନିମନ୍ତେ ପ୍ରଶିକ୍ଷଣ ଓ କ୍ଷେତ୍ର ପରିଦର୍ଶନ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଦ୍ୱତୀୟ ଦିବସରେ ଏହି ତାଲିମ ଶିବିରରେ ୪ଟି ବ୍ଳକର ୧୫ଟି ମହିଳା ଗୋଷ୍ଠୀର ୩୦ ଜଣ ମହିଳା ନେତ୍ରୀ ମାନଙ୍କୁ ଭୁବନେଶ୍ୱର ସ୍ଥିତ କୌଶଲ୍ୟାଗଙ୍ଗା ମାଛ ଉତ୍ପାଦନ କେନ୍ଦ୍ର ବୁଲୁକି ଦେଖିଥଲେ । ଡିଏଫଓ ଜ୍ଞାନ ରଞ୍ଜନ ସାମଲ ମହିଳା ମାଛ ଚାଷୀ ମାନଙ୍କୁ ମାଛ ଚାଷ ସମ୍ବନ୍ଦରେ ସୁଚନା ପ୍ରଦାନ କରିଥିଲେ । ବିଶେଷ କରି ମାଛ ପୋଖରୀ ପାଣି ପରୀକ୍ଷା , ଖାଦ୍ୟ ଓ ମାଛ ମାନଙ୍କର ସ୍ୱାସ୍ଥ୍ୟ ପାରୀକ୍ଷା ନିହାତି ଆବଶ୍ୟକତା ରହିଛି ବୋଲି ଯୋଗଦେଇଥବା ମତ୍ସ୍ୟ ବିଭାଗର ଅଧିକାରୀ ମାନେ କହିଥିଲେ । ବିଶେଷ କରି ମାଗୁର ମାଛ ଚାଷ କରିବା ପାଇଁ ମହିଳା ଗୋଷ୍ଠୀ ଆଗ୍ରହ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶୁଭଶ୍ରୀ ଦାସ ଅତିରିକ୍ତ ମତ୍ସ୍ୟ ଅଧିକାରୀ ୍ପୁରୀ . କ୍ଷୀରୋଦ ଚନ୍ଦ୍ର ନାୟକ ବିଶ୍ୱ ମତ୍ସ୍ୟ ଗବେଷଣା ଓ ବିକାଶ ସଂସ୍ଥାର ମଣ୍ଡଳ ପରିଚାଳକ, ପ୍ରତାପ ସାମନ୍ତରାୟ ସତ୍ୟବାଦୀ ବ୍ଳକର ଜୁନିୟର ମତ୍ସ୍ୟ ଟେକେନସିଆନ, ପାଣି ମିତ୍ର ଙ୍କ ସହ ଦ୍ୱାରିକା ନାଥ ଦାସ ଡେଲାଙ୍ଗ ବ୍ଳକର ସହକାରୀ ମତ୍ସ୍ୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ଦାୟତ୍ୱ ନେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି