Breaking News

ରୋଗୀ କଲ୍ୟାଣ ସମିତି ବୈଠକ; ମାନବ ସେବା କରନ୍ତୁ ଭଗବାନ ଆପଣଙ୍କୁ ସାହାହେବେ ; ବିଧାୟକ ଶ୍ରୀ ମହାରଥୀ

ପିପିଲି-----ପିପିଲି ବ୍ଲକ କାର୍ଯାଳୟ ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଡାକ୍ତର ଜାମିନି ଭୁଷଣ ପଟ୍ଟନାୟକ ଅତିଥି ପରିଚୟ ଦେବା ସହ ସଭା ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ସାତଥର ନିର୍ବାଚିତ ବିଧାୟକ ପ୍ରଦୀପ ମହାରଥୀ ଯୋଗ ଦେଇ ରୋଗୀ କଲ୍ୟାଣ ସମିତିର ସମସ୍ତ ଘଟଣାକୁ ଟିକିନିଖି ଭାବେ ବୁଝିଥିଲେ ।  ପିପିଲି,ପାଣିଦୋଳ ଓ ମଙ୍ଗଳପୁର ମେଡିକାଲରେ ଥିବା ଡାକ୍ତର ମାନେ ଏଣିକି ସଠିକ ଭାବରେ କାର୍ଯ୍ୟକରିବା ପାଇଁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ । ମେଡିକାଲରେ ରୋଗୀମାନଙ୍କୁ ସଠିକଭାବେ ସେବା ଯୋଗାଇଦେବା ସହ ସେମାନଙ୍କ ପାଇଁ ଆସୁଥିବା ଖାଦ୍ୟ ସମ୍ପର୍କରେ ଅଧିକାରିଙ୍କ ଠାରୁ  ବିଧାୟକ ପଚାରି ବୁଝିଥିଲେ । ପିପିଲି ମେଡିକାଲରେ ଡାକ୍ତର ଅଭାବ କୁ ଯଥା ଶିଘ୍ର ପୂରଣ କରାଯିବା ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ । ରୋଗୀ କଲ୍ୟାଣ ସମିତିର ଆର୍ଥିକ ବର୍ଷର ଖର୍ଚ୍ଚ ହିସାବ ଦେଇଥିବା ବେଳେ ବଳକା ଅର୍ଥକୁ ମେଡିକାଲର ଜନକଲ୍ୟାଣ କାର୍ଯ୍ୟରେ ଲଗାଯିବା ପାଇଁ ବୈଠକରେ ପ୍ରସ୍ତାବ ଗୃହିତ  ହୋଇଛି  । ଏହି ଅର୍ଥରେ ଏସି ଓ ସିସି କ୍ୟାମରା ଲଗାଯିବ  । ଅନ୍ୟତମ ସଦସ୍ୟ ଧରଣୀଧର ସାହୁ ମେଡିକାଲ ମାନଙ୍କରେ ୧୦୮ ଆମ୍ବୁଲାନ୍ସ ସେବା ମିଳୁନାହିଁ ବୋଲି ବୈଠକରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏହି ଘଟଣାକୁ ବିଧାୟକ ଗୁରୁତର ଭାବେ ବିଚାରକୁ ନେଇ ପିପିଲି,ପାଣିଦୋଳ ଓ ମଙ୍ଗଳପୁର ମେଡିକାଲରେ ୨୪ ଘଣ୍ଟା ୧୦୮ ଆମ୍ବୁଲାନ୍ସ ରହି ରୋଗି ମାନଙ୍କୁ ସେବା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦ୍ଦେର୍ଶ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ଉପାଧକ୍ଷ ପିପିଲି ଯୁଧିଷ୍ଠିର ସ୍ୱାଇଁ,ବିଡିଓ ପିପିଲି ଆଦିକନ୍ଦ ବେହେରା,ପିପିଲି ମେଡାକାଲ ଅଫିସର ପି କେ ସାହୁ,ପାଣିଦୋଳ ମେଡାକାଲ ଅଫିସର ଗୁରୁ ପ୍ରସାଦ ଜେନା,ସିଡିପିଓ କଳ୍ପନା ଜେନା,ରୋଗୀ କଲ୍ୟାଣ ସମିତି ସଦସ୍ୟ ଶ୍ରୀଧର ପ୍ରଧାନ ଓ ସଦାଶିବ ଦାଶ ପ୍ରମୂଖ ଉପସ୍ଥିତ ଥିଲେ । 

ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts