ପତ୍ନୀର ଚରିତ୍ରକୁ ସନ୍ଦେହ କରି କଟୁରୀରେ ହାଣି ହତ୍ୟାକଲା ସ୍ଵାମୀ ।
![]() |
Astranga News |
ସାତ ଜନମ କୁ ସାକ୍ଷୀରଖୀ ପତ୍ନୀର ହାତ ଧରିଥିବା ସ୍ଵାମୀ । ନିଜ ହାତରେ ନିର୍ମମ ଭାବରେ ହତ୍ୟା କଲା ପତ୍ନୀ କୁ । ସ୍ଵାମୀ ଏତେ ନିଷ୍ଟୁର ହୋଇଯାଇଥିଲା ଯେ କଟୁରୀ ରେ ବଳି ପକାଇଲା ଭଳି ନିଜ ପତ୍ନୀ କୁ କାଟି ପକାଇଥିଲା। ସୂଚନାନୁସାରେ ଅସ୍ତରଙ୍ଗ ରାଇବେରୁହାଁ ଗ୍ରାମର ହାଡିବନ୍ଧୁଙ୍କ ପୁଅ ଗଣେଶ ବେଉରା ନିଜ ପତ୍ନୀ ଅନ୍ନପୂର୍ଣ୍ଣାଙ୍କୁ ଗତକାଲି ରାତିରେ ନିର୍ମମ ଭାବରେ ହତ୍ୟା କରିଛି । ପ୍ରଥମେ ଉଭୟଙ୍କ ମଧ୍ୟରେ କୈାଣସି କଥାକୁ ନେଇ ଗାଳିଗୁଲଜ ହେବା ପରେ ସ୍ଵାମୀଙ୍କ ମାଡ ରେ ପତ୍ନୀ ଅଚେତ ହୋଇପଡିଥିଲେ । ଘଟଣାସ୍ଥଳରେ କିଛି ଗ୍ରାମବାସୀ ପହଂଚି ବାପି କୁ ବୁଝାସୁଝା କରି ତାର ପତ୍ନୀ କୁ ଡାକ୍ତରଖାନା ନେବା ପାଇଁ ଗାଡି ଡାକିବାକୁ ଯାଇଥିଲେ । କିନ୍ତୁ ଗ୍ରାମବାସୀ ଗାଡି ଡାକିବା ପୂର୍ବରୁ ନିଜ କ୍ରୋଧକୁ ସମ୍ଭାଳି ପାରିନଥିଲା ସ୍ଵାମୀ ଗଣେଶ ଓରଫ ବାପି, ଏକ ଧାରୁଅ। କଟୁରୀ ରେ ନିଜ ପତ୍ନୀର ମୁଣ୍ଡ କୁ ଗଣ୍ଡରୁ ଅଲଗା କରିଦେଇଥିଲା । କଟାମୁଣ୍ଡକୁ ଏକ ବ୍ୟାଗରେ ରଖି ଘର ଠାରୁ ପ୍ରାୟ 8 କିଲୋମିଟର ଦୂର ଅସ୍ତରଙ୍ଗ ଥାନାରେ କଟା ମୁଣ୍ଡ ନେଇ ପହଞ୍ଚିଥଲା । ପୋଲିସ କଟାମୁଣ୍ଡ ସହିତ ସ୍ଵାମୀକୁ ଗିରଫ କରି ଘଟଣାର ତଦନ୍ତ କରିଥିଲେ । ଅ।ଜି ସାଇଣ୍ଟିପିକ ଟିମ ଘଟଣାସ୍ଥରେ ପହଂଚି ହତ୍ୟାକାଣ୍ଡ ଘଟିଥିବା ଘରର ବିଭିନ୍ନ ଅଂଶ କୁ ତନତନ କରି ଯାଂଚ କରିଥିଲେ ।
ଅଧିକ ଯୈାତୁକ ପାଇଁ ଏହି ହତ୍ୟା କରାଯ।ଇଛି ବୋଲି ମୃତକ ର ଭାଇ ଅଭିଯୋଗ କରିଛନ୍ତି । ସ୍ଵାମି ଓ ପତ୍ନୀ ଚେନ୍ନାଇ ରେ ରହୁଥିଲେ । ସେଠାରେ ତାଙ୍କର ବ୍ୟବସାୟ ଥିବା ବେଳେ ସ୍ଵାମୀ ନିଜ ପତ୍ନୀକୁ ସବୁବେଳେ ସନ୍ଦେହ କରି ଅ।ସୁଥିଲା, ଏକ ମାସ ତଳେ ଉଭୟେ ଗଁ।କୁ ଅ।ସିଥିବା ବେଳେ ପତ୍ନୀ ନିଜ ବାପ ଘରେ ୧୯ ମାସ ର ପୁଅକୁ ନେଇ ରହୁଥିଲେ । ମାତ୍ର 4 ଦିନ ତଳେ ବାପ ଘରୁ ଯାଇ ନିଜ ପତ୍ନୀକୁ ସ୍ଵାମୀ ଅ।ଣିଥିବା ବେଳେ ଗତକାଲି ଏଭଳି କାଣ୍ଡ ଘଟାଇଛି ବୋଲି ଭାଇ ଅଭିଯୋଗ ଅ।ଣିଛି, ସେପଟେ ଅସ୍ତରଙ୍ଗ ପୋଲିସ ଏକ ମାମଲା ରୁଜୁ କରି ହତ୍ୟାକାଣ୍ଡରେ ବ୍ୟବହୃତ କଟୁ୍ରୀକୁ ଜବତ କରିଛି । ଅଭିଯୁକ୍ତ କୁ ଗିରଫ କର।ଯାଇ ବିଭିନ୍ନ ଦିଗକୁ ଦୁଷ୍ଟିରେ ରଖି ତଦନ୍ତ କରାଯାଉଛି ବୋଲି ପୁରୀ ଅତିରିକ୍ତ ଏସପି କହନ୍ତି ନିମାପଡ଼ା ରୁ ଜୟନ୍ତ କୁମାର ସେଠି