 |
Sakhigopal News |
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅର୍ନ୍ତଗତ ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର ଗ୍ରାମରେ ବାସୁଦେବ କୋଠଘରେ ଛତୁ ଚାଷୀ ପୁରୁଷମହିଳା ମାନଙ୍କୁ ଏପ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା । ପୁରୀ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଏହି ପ୍ରଶିକ୍ଷଣ ଶିବିରର ଆୟାଜନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ପ୍ରାୟ ୨୫୦ଜଣ ଛତୁ ଚାଷୀ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ପୁରୀ କେବିକେ ବୈଜ୍ଞାନିକ ଡ. ସୁମିତା ଆଚାର୍ଯ୍ୟ ଓ ର୍ଡ ସୋନିତା ସେଠୀ ପ୍ରମୁଖ ଯୋଗ ଦେଇ ଆଜିର ଦିନରେ ବୈଜ୍ଞାନିକ ପଦ୍ଧତିକୁ ଅନୁସରଣ କରି ଯେ କୌଣସି ଚାଷ କଲେ ନିଶ୍ଚୟ ଲାଭଜନକ ହେବ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ଛତୁ ଏକ ଲାଭଜନକ ଚାଷ ବୋଲି ଯୋଗଦେଇଥିବା ବୈଜ୍ଞାନିକ ମାନେ କହିଥିଲେ । ଉକ୍ତ ଗ୍ରାମଟି ଛତୁ ଚାଷ ପାଇଁ ସତ୍ୟବାଦୀ ବ୍ଳକ ନୁହେଁ ପୁରୀ ଜିଲ୍ଲାରେ ବେଶ ସୁନାମ ରହିଛି । ଏହି ବାଗଲପୁର ଗ୍ରାମରୁ ପ୍ରତିଦିନ ଓଡିଶାର ବିଭିନ୍ନ ଯାଗାକୁ ଛତୁ ପଠାଯାଉଛି । ଏଠାରେ ୯୦ ଭାଗ ପରିବାର ଛତୁ ଚାଷ କରିଥାନ୍ତି । ୧୦ ଟି ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ରହିଛି । ଏହି ଶିବିରରେ ସତ୍ୟବାଦୀ ଛତୁ ଚାଷୀ ମହାସଂଘର ସଭାପତି ଦେବଦତ୍ତ ସ୍ୱାଇଁ ଶିବିରରେ ଅଧ୍ୟକ୍ଷତା କରିଥିଲେ । ଚାଷୀ ମାନଙ୍କ ମଦ୍ୟରେ ବିଜୟ କୁମାର ପରିଡା, ପ୍ରକାଶ ସ୍ୱାଇଁ, ଶ୍ରାମ ସୁନ୍ଦର ଜେନା, ଗଣେଶ୍ୱର ପ୍ରଦାନ, ବାଇଧର ପରିଡା, ଶୈଳବାଳା ସ୍ୱାଇଁ, ସଞ୍ଜୁ ସ୍ୱାଇଁ, ଝରଣା ସ୍ୱାଇଁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଛତୁଚାଷୀ ମହାସଂଘର ଉପସଭାପତି ରଘୁନାଥ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି