 |
kandhamal news |
କନ୍ଧମାଳ------ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ପଞ୍ଚାୟତରେ ରହୁଥିବା ୮ମ ବାଟାଲିୟନ ସିଆରପିଏଫଙ୍କ କମାଣ୍ଡ ଅଫିସରଙ୍କ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଚିକିତ୍ସା କରିବା ସମୟରେ ମୃତ୍ୟୁ ହୋଇଥିଲା । ମର ଶରୀରକୁ ତୁମୁଡିବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୋଷ୍ଟମର୍ଟମ କରିବା ପାଇଁ ପଠାଯାଇଥିବା ଜଣାପଡିଛି । ମୃତ ହୋଇଥିବା ଯବାନଙ୍କ ନାମ ଦିଲେଶ୍ଵର ବଡୁ ।ଘର ସୁନ୍ଦରଗଡ଼ ଜିଲ୍ଲାରେ ବୋଲି ଜଣାପଡିଛି । ତାଙ୍କ ଘର ଲୋକଙ୍କୁ ଡକାଯାଈଛି ବୋଲି କୋଟଗଡ଼ ଥାନା ଅଧିକାରୀଙ୍କ ଠାରୁ ସୁଚନା ମିଳିଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା