ପଞ୍ଚସଖାଙ୍କ ସମାଧିପୀଠ ସଫେଇ ଓ ତୁଳସି ଚାରା ରୋପଣ
ସାକ୍ଷୀଗୋପାଳ----- ସତ୍ୟବାଦୀ ବକୁଳବନ ସ୍ଥିତ ପଞ୍ଚସଖାଙ୍କ ସମାଧି ପୀଠରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ , ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ମଞ୍ଚ , ଉତ୍କଳମଣୀ ସ୍ୱଚ୍ଛ ସେବୀ ସେବା ସଂଗଠନ, ପୁରୀ ଓ ବକୁଳବନ ସୁରକ୍ଷା ମଞ୍ଚର କର୍ମକର୍ତ୍ତା ମାନେ ପଞ୍ଚସଖାଙ୍କ ସମାଧିପୀଠ ମୁଖ୍ୟ ଗେଟ ଠାରୁ ସମାଧିପୀଠ ପର୍ଯ୍ୟନ୍ତ ସଫେଇ କରିଥିଲେ । ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂତ୍ତି ସଫା କରି ପୁଷ୍ପମାଲ୍ୟ ଦେଇଥିଲେ । ଏହି ଅବସରରେ ସମାଧିପୀଠ ପରିସରରେ ତୁଳସି ଚାରା ରୋପଣ କରାଯିବା ସହ ଏକ ଶପଥ ପାଠ କରିଥିଲେ । ସିତାକାନ୍ତ ମହାପାତ୍ର, ପ୍ରଦୁମ୍ନ୍ୟ ଶତପଥୀ, କିଷାନ ବରାଇ ଗୋପବନ୍ଧୁଙ୍କ ସମାଧିସ୍ଥଳରେ ମହାପୁରୁଷ ମାନଙ୍କ ପ୍ରତି ଅବହେଳା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ଜେନା, ବୁଧିମାନ ନାୟକ, ସତ୍ୟବାଦୀ ଦାଶ, ଆଦିତ୍ୟ ସାମଲ, ନାରାୟଣ ଖୁଣ୍ଡିଆ, ଅରବିନ୍ଦ ତ୍ରିପାଠୀ, ମନରଞ୍ଜନ , ସୁନାକର ପତି, ସୁଶାନ୍ତ ରଥ, ହାପି ରଥ, ନବଘନ ଶତପଥୀ, ନିହାର ରଞ୍ଜନ ସ୍ୱାଇଁ, ବିଷ୍ଟୁ ମହାରଣା, ଉପେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି