ଏନସିସି ଟ୍ରୁପ ପକ୍ଷରୁ ସତ୍ୟବାଦୀ ହାଇସ୍ଲୁଲ ପରିସରରେ ବୃକ୍ଷ ରୋପଣ
ସାକ୍ଷୀଗୋପାଳ ---- ସତ୍ୟବାଦୀ ହାଇସ୍ଲୁଳ ପରିସରରେ ସୋମବାର ଦିନ ଏନସିସି ଟ୍ରୁପ ପକ୍ଷରୁ ବିଦ୍ୟାଳୟ ପରିସରରେ ବଉଳ ଓ କରଞ୍ଜ ବୃକ୍ଷ ରୋପଣ କରାଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ୍ ପ୍ରଧାନ ଆନୁଷ୍ଠାନିକ ଭାବେ ବୃକ୍ଷ ରୋପଣ କରି ଉଦଘାଟନ କରିଥିଲେ । ଏହି ଅବସରରେ ସମସ୍ତ ଏନସିସି କ୍ୟାଡେଟ ମାନେ ନିଜନିଜ ବାରି ବଗାୟତରେ ବୃକ୍ଷ ରୋପଣ ପାଇଁ ଶପଥ ନେଇଥିଲେ । ବିଦ୍ୟାଳୟରେ ଲଗାଯାଇଥିବା ବୃକ୍ଷ ଗୁଡିକର ସୁରକ୍ଷା ପାଇଁ ତାରଜାଲି ଓ ବାଉଁଶବାଡରେ ଆବଦ୍ଦ କରାଯାଇଛି । ବିଦ୍ୟାଳୟର ଏନସିସି ଶିକ୍ଷକ ବିଜୟ କୁମାର ପରିଡା, , ଶିକ୍ଷକ ପ୍ରସନ୍ନ କୁମାର ରଥ, ସତ୍ୟବାଦୀ ଦାଶ, କ୍ରୀଡା ଶିକ୍ଷକ ସୁଚିତ୍ରା ଖଟେଇଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋ୍ଗ କରିଥିଲେ ।
ସାକ୍ଷୀଗୋପାଳରୁ ଧିରେନ୍ଦ୍ର ସେନାପତି