 |
Delang News |
ଡେଲାଙ୍ଗ ---- ପୁରୀ ଜି୍ଲ୍ଲା ଡେଲାଙ୍ଗ ବ୍ଳକ ସ୍ଥିତ ମାଣଚିଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଓ ମା ରାଧାଙ୍କ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଏକ ସୃଜନଶୀଳ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅମ୍ବିକା ପ୍ରସାଦ ନାୟକ, ରଶ୍ମିତା ଛାଟୋଇ, ବସନ୍ତ ମଞ୍ଜରୀ , ନର୍ମଦା ସାହୁ ପ୍ରମୁଖ ପରିଚାଳନା କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟିର ସମ୍ପାଦିକା ସଂଘମିତ୍ରା ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି